ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଡିଏଫଓଙ୍କର ହେଲା ଲାଇ୍ ଡିଟେକ୍ସନ ଟେଷ୍ଟ!

300

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓ ଙ୍କର ହୋଇଛି ଲାଇ୍ ଡିଟେକ୍ସନ ଟେଷ୍ଟ । ଶନିବାର ଭୁବନେଶ୍ୱର ସ୍ଥିତ ଫୋରେନ୍ସିକ୍ ଲ୍ୟାବରେ ତାଙ୍କର ଜେରା ହେବା ସହିତ ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିବା ସୂଚନା ମିଳିଛି । ଦୀର୍ଘ ୩ ଘଣ୍ଟା ଧରି ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ଯାହାର ଉତ୍ତର ରଖିଥିଲେ ଏସିଏଫ୍ ।

ସୂଚନାଯୋଗ୍ୟ ଯେ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗି ମୃତ୍ୟୁ ବରଣ କରିଥିଲେ । ହେଲେ ଏହା ଆତ୍ମହତ୍ୟା, ମୃତ୍ୟୁ ନାଁ ଦୁର୍ଘଟଣା ସେନେଇ ଏପର୍ଯ୍ୟନ୍ତ କୌଣସି ସୁରାକ୍ ମିଳିପାରିନି । ସୌମ୍ୟରଞ୍ଜନଙ୍କ ପରିବାର ଏହି ମୃତ୍ୟୁ ପଛରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ହାତ ଥିବା କହୁଥିବାବେଳେ, ଡିଏଫଓ ଏବଂ ବିଦ୍ୟାଭାରତୀଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ନେଇ ଖବର ଆସିଥିଲା ।

ଡିଏଫଓ ଏବଂ ବିଦ୍ୟାଭାରତୀଙ୍କ ଭିତରେ ପ୍ରେମ ସମ୍ପର୍କ ଥିବାନ ନେଇ ଖବର ଆସିବା ପରେ, ଏହି ମାମଲାର ତଦନ୍ତ ପରିସରକୁ ଆସିଥିଲେ ଡିଏଫଓ । ତେବେ ଘଟଣା ଘଟିବା ଦିନ ସୌମ୍ୟରଞ୍ଜନ ପାଖରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଥିଲେ ମଧ୍ୟ ସୌମ୍ୟଙ୍କ ଦେହ କିପରି ୯୦ ପ୍ରତିଶତ ଜଳିଗଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ତା ସହିତ କଟକ ସ୍ଥାନାନ୍ତର ବେଳେ ବନ ବିଭାଗ କାର୍ଯ୍ୟାଳୟ ପାଖରେ ଆମ୍ବୁଲାନ୍ସ କାହିଁକି ୧୫ ମିନିଟ୍ ଅଟକିଥିଲା, ସେନେଇ ମଧ୍ୟ ପୋଲିସ ଛାନଭିନ୍ କରିଥିଲା । ଏହାରି ଭିତରେ ଡିଏଫଓଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଏହି ମାମଲାରେ ବଡ ସୁରାକ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।