କୋରାପୁଟ ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ ! ସଂଦିଗ୍ଧଙ୍କ ମଧ୍ୟରୁ ଜଣଙ୍କର କରାଯାଉଛି ଲାଇ ଡିଟେକ୍ସନ ଟେଷ୍ଟ

27

କନକ ବ୍ୟୁରୋ : କୁନ୍ଦୁଲି ଗଣ ଦୁଷ୍କର୍ମଘଟଣାରେ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣଙ୍କର ଲାଇ ଡିଟେକ୍ସନ କରାଯାଉଛି । କୋରାପୁଟରୁ ଭୁବନେଶ୍ୱର ଅଣାଯାଇ ଫରନେସିକ୍ ଲାବରେ ତାଙ୍କର ଲାଇ ଡିଟେକ୍ସନ ଚାଲିଛି । ପୀଡିତାଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ କରାଯିବ । ଏନେଇ ସୂଚନା ଦେଇଛନ୍ତି ପୁଲିସି ଡିଜି ଆର ପି ଶର୍ମା । ପୀଡିତା ବାରମ୍ବାର ବୟାନ ବଦଳାଉଥିବା ଯୋଗୁଁ ଆବଶ୍ୟକ ପଡିଲେ ତାଙ୍କର ଲାଇ ଡିଟେକସନ ଟେଷ୍ଟ କରାଯିବ ବୋଲି ଡିଜି କହିଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ । ଘଟଣା ପଛରେ ଯବାନ କି ମାଓବଦୀ ତାହା ଜଣାପଡିନି । ତେବେ ତଦନ୍ତ ଠିକ୍ ଭାବେ ଅଗ୍ରସର ହେଉଥିବା ପୋଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ।

ସେପଟେ ଘଟଣାର ସପ୍ତାହେ ପରେ ବି ଅନ୍ଧାରରେ ବାଡି ବୁଲାଉଛି ପୋଲିସ । ପ୍ରକୃତ ଅଭିଯୁକ୍ତଙ୍କୁ ଖୋଜିବା ପରିବର୍ତେ ପୀଡିତାଙ୍କ ସଂପର୍କୀୟଙ୍କୁ ବାରମ୍ବାର ଟେକିନେଇ ଥାନାରେ ଅଟକ ରଖୁଥିବା ଅଭିଯୋଗ ହୋଇଛି ।ଏପଟେ ମାମଲାରେ ନିଜ ଆଡୁ ଅନୁସନ୍ଧାନ କରୁଥିବା ମହିଳା କମିସନର ୪ ଜଣିଆ ଟିମ ପୀଡିତାଙ୍କ ସହ ଆଲୋଚନା କରିଥିବାବେଳେ ହସ୍ପିଟାଲ, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କଠାରୁ ତଥ୍ୟ ଯୋଗାଡ କରିଛନ୍ତି । ୨ରୁ ୩ଦିନ ଭିତରେ ରିପୋର୍ଟ ଆସିବା ପରେ ଯାହାକିଛି ପଦକ୍ଷେପ ନେବେ ବୋଲି କହିଛନ୍ତି କମିଶନର ଅଧ୍ୟକ୍ଷା ।

ଦିନ ଗଡିବା ସହ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ୭ ଘଂଟିଆ ବନ୍ଦ ପାଳନ ପରେ ଗତକାଲି କୁନ୍ଦୁଲି ହାଟପଦାରୁ କୋରାପୁଟ ଯାଏଁ କଂଗ୍ରେସ କରିଛି ନିର୍ଭୟା ସନ୍ଦେଶ ପଦଯାତ୍ରା । ଅଭିଯୁକ୍ତଙ୍କ ସଂପର୍କରେ ପୀଡିତା ସୂଚନା ଦେଇସାରିଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ ।