ଏଲିଆଇସିରେ ଅଟକିଛି କି ଆପଣଙ୍କ ପୁରୁଣା ଟଙ୍କା? କେମିତି ପାଇବେ ଅଧା ପ୍ରିମିୟମ ଭରି ବନ୍ଦ ପଡିଥିବା ପଲିସି କିମ୍ବା ହଜି ଯାଇଥିବା ଡକ୍ୟୁମେଂଟ ପଲିସି ପଇସା? ବୀମାଧାରକଙ୍କ ମୃତ୍ୟୁ ହୋଇଗଲେ କେମିତି ପାଇବେ ଟଙ୍କା? ଗ୍ରାହକଙ୍କ ସୁବିଧା ପାଇଁ ଏଲଆଇସିର ବଡ ସୁବିଧା

ଘରେ ବସି ଯାଂଚ ସହ ଉଠାଇପାରିବେ ଟଙ୍କା?

575

କନକ ବ୍ୟୁରୋ:  ଭାରତୀୟ ଜୀବନ ବୀମା ନିଗମ ତଥା ଏଲଆଇସି ସବୁ ବେଳେ ନିଜ ଗ୍ରାହକଙ୍କ ପାଇଁ କିଛି ନା କିଛି ଆକର୍ଷଣୀୟ ପଲିସି ଉପଲବ୍ଧ କରିବା ସହ ଅନେକ ପ୍ରକାରର ସୁବିଧା ମଧ୍ୟ ଉପଲବ୍ଧ କରାଇଥାଏ । ଫଳରେ ଗ୍ରାହକଙ୍କୁ ବହୁ ଭେନିଫିଟ୍ ମିଳିଥାଏ । କିନ୍ତୁ ଅନେକ ଥର କିଛି ଏଭଳି ପଲିସି ରହିଯାଇଥାଏ, ଯାହାକୁ ଖୋଦ୍ ପଲିସିଧାରକ ଭୁଲି ଯାଇଥାନ୍ତି । ଯଦି ଆପଣ ଏଲଆଇସିର କୌଣସି ପଲିସି ନେଇଛନ୍ତି କିମ୍ବା ପୂର୍ବରୁ କେବେ ନେଇଥିଲେ ତେବେ ଘରେ ବସି ଅତି ସହଜରେ ଆପଣ ଆପଣଙ୍କର ସଂଚିତ ଟଙ୍କାର ଷ୍ଟାଟସ୍ ସହ ଅନାବଶ୍ୟକ ରାଶି ବା ବକେୟା ଅର୍ଥରାଶି ସଂପର୍କରେ ମଧ୍ୟ ଜାଣିପାରିବେ । ଏଥିସହିତ ଯଦି କୌଣସି ପଲିସିଧାରକଙ୍କ ଅଚାନକ ମୃତ୍ୟୁ ହୋଇଯାଇଛି ଆଉ ଏହି ଟଙ୍କାକୁ କ୍ଲେମ କରିବାକୁ ଚାହୁଁଛନ୍ତି ତେବେ ଏନେଇ ମଧ୍ୟ ଆବେଦନ କରିପାରିବେ ।

ଏଲଆଇସି ତାର ଗ୍ରାହକଙ୍କୁ ନିଜର ବକେୟା ଦାବି ସହିତ ବକେୟା ରାଶିକୁ ଯାଂଚ କରିବାର ସୁବିଧା ଦେଇରଖିଛି । ଯାହାର ସୂଚନା ଖାତାଧାରକ ଏଲଆଇସିର ଆଧିକାରୀକ େଓବାସଇଟରୁ ସଂଗ୍ରହ କରିପାରିବେ । ଗ୍ରାହକଙ୍କୁ ଏଥିପାଇଁ ଏଲଆଇସିର େଓବସାଇଟକୁ ଯାଇ ପଲିସି ନମ୍ବର, ପଲିସିଧାରକଙ୍କ ନାଁ, ଜନ୍ମ ତାରିଖ ଏବଂ ପାନକାର୍ଡ ନମ୍ବର ଆଦି ତଥ୍ୟ ଦେବାକୁ ପଡିଥାଏ ।

କିଭଳି ଯାଂଚ କରିବେ ବକେୟା ଟଙ୍କା?

ସର୍ବ ପ୍ରଥମେ ଏଲଆଇସିର ହୋମ ପେଜକୁ ଯାଆନ୍ତୁ

ଏହାପରେ ପେଜର ଠିକ୍ ତଳଭାଗ ଅଂଶରେ ଲିଙ୍କ୍ ଖୋଜନ୍ତୁ

ଯଦି ଆପଣଙ୍କୁ ଖୋଜିବାକୁ ସମସ୍ୟା ହୁଏ ତେବେ ହୋମ ପେଜର ଡାହାଣ ପଟେ ନଜର ଆସୁଥିବା ସର୍ଚ୍ଚ ଟ୍ୟାବକୁ ଯାଇ ଅନାବଶ୍ୟକ ରାଶି ଟାଇପ୍ କରନ୍ତୁ କିମ୍ବାhttps://customer.onlinelic.in/LICEPS/portlets/visitor/unclaimedPolicyDues/UnclaimedPolicyDuesController.jpf ଉପରେ କ୍ଲିକ୍ କରନ୍ତୁ

ଏହାପରେ ଏଠାରେ ଆପଣଙ୍କର ଡିଟେଲ ଭରି ଯାଂଚ କରନ୍ତୁ

ଯଦି ଆପଣ ଜାଣିବାକୁ ପାଇଲେ କି ଏଲଆଇସିରେ ଆପଣଙ୍କର ବି କିଛି ଟଙ୍କା ପଡିରହିଛି ତେବେ ଆପଣ କିମ୍ବା ଲାଭାର୍ଥୀ ସିଧା ସଳଖ ଏଲଆଇସି ସହ ଯୋଗାଯୋଗ କରିପାରିବେ ଏବଂ ଟଙ୍କା ପାଇଁ ଆବେଦନ ମଧ୍ୟ କରିପାରିବେ । ଏହାପରେ କଂପାନୀ କେୱଆଇସି ପୂରା କରି ଟଙ୍କା ଉଠାଣ ପ୍ରକ୍ରିୟା ଆରମ୍ଭ କରିଦେବ । ତେବେ ଅଧିକାଂଶ ସମୟରେ ଇନସ୍ୟୁରାନ୍ସ ପଲିସି ସଂପର୍କରେ ନୋମିନିଙ୍କୁ ଜଣାନଥାଏ କିମ୍ବା ପଲିସି ଡକ୍ୟୁମେଂଟ ହଜିଯାଇଥାଏ । ଏଭଳି ପରିସ୍ଥିତିରେ ପଲିସିଧାରକଙ୍କ ମୃତ୍ୟୁ ହୋଇଗଲେ ଆଶ୍ରିତ ଏହି ଟଙ୍କା ଉପରେ ଦାବି କରିବା ସ୍ଥିତିରେ ନଥାଏ । ଏଥିପାଇଁ ନୋମିନିଙ୍କୁ ନା କେବଳ ପଲିସି ସଂପର୍କରେ ଜଣାଥିବା ଦରକାର ବରଂ ପଲିସି ସହ ଜଡିତ ଦସ୍ତାବିଜ କେଉଁଠି ରହିଛି ସେ ସଂକ୍ରାନ୍ତରେ ମଧ୍ୟ ସୂଚନା ଥିବା ଦରକାର ।