ଏଲଆଇସିର ଦମଦାର ପିଲିସି: ମାତ୍ର ୧୫ ଟଙ୍କା ଖର୍ଚ୍ଚ କଲେ ମିଳିବ ଲକ୍ଷେ ଟଙ୍କାର ଫାଇଦା,  ଦରକାରୀ ସମୟରେ ମିଳିବ ଫେରସ୍ତ 

3,330

ସାଧାରଣତଃ ପ୍ରତ୍ୟେକ ଲୋକଙ୍କର ଗୋଟିଏ ସ୍ୱପ୍ନ ଥାଏ କି ତାଙ୍କ ପୁଅ ଝିଅମାନଙ୍କର ଭବିଷ୍ୟତ ଯେଭଳି ଭଲ ହେଉ । ହେଲେ ପାଖରେ ଅର୍ଥର ଘୋର ଅଭାବ କାରଣରୁ ଅଧିକାଂଶ ଲୋକଙ୍କୁ ନିଜ ମନକୁ ବୁଝାଇବାକୁ ପଡିଥାଏ । ତେବେ ଲୋକଙ୍କର ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ଜୀବନ ବୀମା ତରଫରୁ ଏକ ଯୋଜନା  ଲଂଚ କରାଯାଇଛି ,  ଯାହାକୁ କି ପିଲାଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଆମେ ଏଠାରେ ଆଲୋଚନା କରୁଛୁ ଏଲଆଇସିର ‘ନ୍ୟୁ ଚିଲଡ୍ରେନ୍ସ ମନି ବ୍ୟାଙ୍କ ପ୍ଲାନ’ ସଂପର୍କରେ । ତେବେ ଏଲଆଇସି ତରଫରୁ ଚିଲଡ୍ରେନ ଡେ ଅବସରରେ ଏହି ପଲିସିଟିକୁ ଲଂଚ କରିଥିଲା ।

ପଲିସି ସଂପର୍କରେ କିଛି ଖାସ୍ କଥା

ଏହି ବୀମାକୁ ନେବା ପାଇଁ ସର୍ବନିମ୍ନ ବୟସ ୦ ।

 ସେହିଭଳି ସର୍ବାଧିକ ବୟସ ୧୨ ବର୍ଷ ।

ସର୍ବାଧିକ ବୀମା ରାଶିର କୌଣସି ସୀମା ନାହିଁ

Premium Weaver Benefit Rider-ଅପସନ ଉପଲବ୍ଧ

ମନି ବ୍ୟାଙ୍କ ଇନଷ୍ଟଲମେଂଟ ପଲିସିଧାରକଙ୍କୁ ୧୮,୨୦ ଏବଂ ୨୨ ବର୍ଷ ବୟସ ହେଲେ ମୋଟ ଜମା ରାଶିର ୨୦ ପ୍ରତିଶତ ରକମ ମିଳିବ ।

ମାଚ୍ୟୁରିଟି ବେନିଫିଟ୍: ପଲିସି ମାଚ୍ୟୁରିଟିର ସମୟ (ବୀମା ଧାରକର ପଲିସି ଅବଧି ସମୟରେ ମୃତ୍ୟୁ ନହେଲେ) ପଲିସିଧାରକଙ୍କୁ ବୀମା ରାଶିର ବଳକା ୪୦ ପ୍ରତିଶତ ବୋନସ ସହିତ ମିଳିବ ।

ଡେଥ୍ ବେନିଫିଟ୍:  ପଲିସି ଅବଧି ସମୟରେ ଯଦି ପଲିସିଧାରକଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଯାଏ ତେବେ ତେବେ ବୀମା ରାଶି ବ୍ୟତୀତ ନିହିତ ସାଧାରଣ ପ୍ରତ୍ୟାବର୍ତ୍ତି ବୋନସ ଏବଂ ଅନ୍ତିମ ଅତିରିକ୍ତ ବୋନସ ଦିଆଯାଇଥାଏ । ସେହିଭଳି ଡେଥ୍ ବେନିଫିଟ ମୋଟ ପ୍ରମିୟମ ପେମେଂଟର ୧୦୫ ପ୍ରତିଶତରୁ କମିବ ନାହିଁ । ।