ନିକଟରେ ଏଲଆଇସି ତରଫରୁ କୁହାଯାଇଥିଲା ଯେ ଏଲଆଇସି ଏବେ ଏହିଭଳି ପ୍ଲାନ୍ ଉପରେ କାମ କରୁଛି ଯାହାଦ୍ୱାରା ପ୍ରତିଟି ଗ୍ରାହକଙ୍କୁ ଏହାର ଫାଇଦା ମିଳିବ । ବର୍ତ୍ତମାନ ଏହି କଥାକୁ ଧ୍ୟାନରେ ରଖି ଏବେ ଏକ ନୂଆ ପ୍ଲାନ୍ ଆରମ୍ଭ କରିଛନ୍ତି ଯାହାର ନାଁ ରହିଛି ଏଲଆଇସି ଜୀବନ ତରୁଣ ତଥା ଟେବଲ୍ ନଂ ୮୩୪ । ଏହି ପ୍ଲାନର ସବୁଠାରୁ ଭଲ କଥା ହେଉଛି ଏହାକୁ ଆପଣ ଉଭୟ ଝିଅ ଏବଂ ପୁଅଙ୍କ ପାଇଁ ନେଇପାରିବେ ।
ଏହି ପ୍ଲାନ୍ ନେବାକୁ ହେଲେ ଆପଣଙ୍କ ଛୁଆର ବୟସ ୩ ମାସରୁ ୧୨ ବର୍ଷ ପର୍ଯ୍ୟନ୍ତ ହେବା ଆବଶ୍ୟକ । ଏହି ପ୍ଲାନ୍ ପାଇଁ ଆପଣଙ୍କୁ ପ୍ରତି ମାସରେ ୧୮୨୦ ଟଙ୍କା ଜମା କରିବାକୁ ପଡିବ ଏବଂ ଏହି ରାଶିକୁ ୨୦ ବର୍ଷ ପର୍ଯ୍ୟନ୍ତ ଜମା କରିବାକୁ ପଡିବ । ଏହାର ୫ ବର୍ଷ ଆପଣଙ୍କୁ ଆଉ ଟଙ୍କା ଜମା କରିବାକୁ ପଡିବ ନାହିଁ । ୨୫ ବର୍ଷ ପରେ ଏଲଆଇସି ଆପଣଙ୍କୁ ୧୩୨୪୯୯୯ ଟଙ୍କା ଦେବ । ଏହି ପଲିସି ସହ ଆପଣଙ୍କୁ ଏଲଆଇସି ସୁରକ୍ଷା ବୀମା ମଧ୍ୟ ଦିଆଯିବ । ସୁରକ୍ଷା ବୀମା ଆକ୍ଟିଭ ହେବା ପାଇଁ ପିଲାଟିର ବୟସ ୮ ବର୍ଷ ହେବା ଦରକାର । ତଥା ପଲିସି ନେବାର ୨ ବର୍ଷ ପୂରଣ ହୋଇଗଲେ ଆପଣଙ୍କ ସୁରକ୍ଷା ବୀମା ଚାଲୁ ହୋଇ ଯାଇଥାଏ । ପଲିସି ସୁରକ୍ଷା ବୀମା ଚାଲୁ ହେବା ପରେ ଯଦି ଦୁର୍ଭାଗ୍ୟବଶତଃ ଛୁଆଟିର ମୃତ୍ୟୁ ହୋଇଯାଏ ତେବେ ୬୨୪୯୯୯ ଟଙ୍କା ଆପଣଙ୍କୁ ତୁରନ୍ତ ମିଳିଯିବ । ଯଦି ଛୁଆର ମୃତ୍ୟୁ ସୁରକ୍ଷା ବୀମା ଚାଲୁ ହେବା ପୂର୍ବରୁ ହୋଇଯାଏ ତେବେ ଯେତେ ବି ରାଶି ଆପଣ ଜମା କରିଛନ୍ତି ତାହାର ସମ୍ପୁର୍ଣ୍ଣ ରାଶି ଆପଣଙ୍କୁ ଫେରସ୍ତ ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/iStock_000025242694_Small.jpg)
/kanak/media/post_attachments/wp-content/uploads/2018/12/supportive-parents-thinkstock-1200-300x167.jpg)
/kanak/media/post_attachments/wp-content/uploads/2018/12/Jeevan-Tarun-Child-Plan-300x166.png)