ଶେଷ ହେଲା ଏଲଆଇସିର ବହୁଚର୍ଚ୍ଚିତ ଆଇପିଓର ଆଲଟମେଣ୍ଟ । ପ୍ରାୟ ୩ ଗୁଣା ଆବେଦନ ଅଧିକ ହୋଇଥିବାରୁ ଅନେକ ନିବେଶକ ନିରାଶ ।

Advertisment
ଶେଷ ହେଲା ଏଲଆଇସିର ବହୁଚର୍ଚ୍ଚିତ ଆଇପିଓର ଆଲଟମେଣ୍ଟ । ପ୍ରାୟ ୩ ଗୁଣା ଆବେଦନ ଅଧିକ ହୋଇଥିବାରୁ ଅନେକ ନିବେଶକ ନିରାଶ ।

କନକ ବ୍ୟୁରୋ : ଏଲଆଇସିର ଆଇପିଓ ଯାହାକୁ କୋଟି କୋଟି ନିବେଶକ ଅପେକ୍ଷା କରିଥିଲେ, ତାର ଆଲଟମେଂଟ ଶେଷ ହୋଇଛି । ଏଲଆଇସି ଭଳି ବଡ ବୀମା କମ୍ପାନୀର ଆଇପିଓ କିଣିବାକୁ ଲୋକ ବେଶ ଆଗ୍ରହୀ ଥିଲେ । କିନ୍ତୁ ପ୍ରାୟ ୩ଗୁଣା ଅଧିକ ଆବେଦନ ହୋଇଥିବାରୁ ଅନେକ ନିବେଶକ ଆଇପିଓ ପାଇବାରୁ ବଂଚିତ ହୋଇଛନ୍ତି ।

ଆଇପିଓ ହେଉଛି ଇନିସିଆଲ୍ ପବ୍ଲିକ ଅଫରିଂ । ଅର୍ଥାତ୍ ଗୋଟିଏ କଂପାନୀ ଯେତେବେଳେ ବଜାରରୁ ଅର୍ଥ ଉଠାଏ, ସେତେବେଳେ ଆଇପିଓର ସାହାଯ୍ୟ ନେଇଥାଏ । ଏଲଆଇସି ବା ଭାରତୀୟ ଜୀବନ ବୀମା କଂପାନୀର ଶତ ପ୍ରତିଶତ ମାଲିକାନା ଥିଲା ସରକାରଙ୍କ ହାତରେ । ଆଉ ଏହାର ୩.୫ ପ୍ରତିଶତ ଅଂଶଧନକୁ ବଜାରକୁ ଛାଡ଼ିଛନ୍ତି କେନ୍ଦ୍ର ସରକାର ।

ଏଲଆଇସିର ଆଇପିଓ କିଣିବାକୁ ସାଧାରଣ ଲୋକଙ୍କ ମଧ୍ୟରେ ଅତ୍ୟଧିକ ଉତ୍ସାହ ଦେଖାଯାଇଥିଲା । ଏହାର କାରଣ ହେଉଛି ରିଟେଲ ନିବେଶକଙ୍କୁ ଗୁରୁତ୍ୱ ଦିଆଯାଇଥିଲା । ଏପରିକି ଏଲଆଇସି ପଲିସିଧାରକଙ୍କୁ ୬୦ ଟଙ୍କା ଏବଂ ଏଲଆଇସି କର୍ମଚାରୀ ଓ ରିଟେଲ୍ ନିବେଶକଙ୍କୁ ପ୍ରତି ସେୟାରରେ ୪୫ ଟଙ୍କାର ରିହାତି ଦିଆଯାଇଥିଲା । ଏବେ ନଜର ପକାଇବା,
କାହିଁକି କିଛି ନିବେଶକଙ୍କୁ ମିଳିଲାନି ଆଇପିଓ?
ପାଖିପାଖି ୧୬ କୋଟିର ସେୟାର ପାଇଁ ପ୍ରାୟ ୪୭ କୋଟି ଆବେଦନ ହୋଇଥିଲା
ଅର୍ଥାତ୍ ୨.୯୫ ଗୁଣ ଅଧିକ ଆବେଦନ ହୋଇଥିଲା
ପଲିସିଧାରକଙ୍କ ପାଇଁ ଯେତିକି ସେୟାର ରହିଥିଲା, ଏହାର ୬.୧୨ ଗୁଣ ଅଧିକ ଆବେଦନ ହୋଇଥିଲା
ଏଲଆଇସି କର୍ମଚାରୀ ବର୍ଗରେ ୪.୪ ଗୁଣ ଅଧିକ
ରିଟେଲ ନିବେଶକ କାଟାଗୋରିରେ ୧.୯୯ ଗୁଣ ଅଧିକ ଆବେଦନ ହୋଇଥିଲା

ଆବେଦନ ଅଧିକ ହୋଇଥିବାରୁ ଅନେକ ଆଇପିଓ ପାଇବାରେ ବଂଚିତ ହୋଇଛନ୍ତି । ବିଶେଷ କରି ଯେଉଁମାନେ କେବଳ ପଲିସିଧାରକ ଓ ଏଲଆଇସି କର୍ମଚାରୀ ବର୍ଗରେ ଆବେଦନ କରିଥିଲେ, ସେମାନଙ୍କୁ କମ୍ ସୁଯୋଗ ମିଳିଥିଲା । କମ୍ପ୍ୟୁଟର ମାଧ୍ୟମରେ ଲଟେରି କରାଯାଉଥିବାରୁ ଯେଉଁଠି କମ୍ ଆବେଦନ ହୋଇଥିଲା, ସେଠି ଆଇପିଓ ମିଳିବାର ସୁଯୋଗ ଅଧିକ ରହିଥିଲା ।

ଏଲଆଇସି ଆଇପିଓ ଜରିଆରେ ୨୦ ହଜାର ୫୫୭ କୋଟି ଟଙ୍କାର ପୁଂଜି ପ୍ରତ୍ୟାହାର କରିଛନ୍ତିି କେନ୍ଦ୍ର ସରକାର । ମାତ୍ର ୩.୫ ପ୍ରତିଶତ ଅଂଶଧନ ନିବେଶକମାନେ କିଣିଛନ୍ତି । ପୂର୍ବରୁ ୫ ପ୍ରତିଶତ ପୁଂଜି ପ୍ରତ୍ୟାହାର ପାଇଁ ଯୋଜନା କରିଥିଲେ ସରକାର । ଆଗକୁ ଆହୁରି ଆଇପିଓ ବଜାରକୁ ଛାଡିବ ଏଲଆଇସି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe