କନକ ବ୍ୟୁରୋ : ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ୨୦୨୧ ଜୁଲାଇ ପହିଲାରୁ ଏକ ନୂଆ ପ୍ଲାନ୍ ଲଂଚ୍ କରାଯାଇଛି    । ଦେଶର ସବୁଠାରୁ ବଡ ବୀମା କମ୍ପାନୀ ‘ସରଳ ପେନସନ୍ ’ ନାମରେ ଏହି ପ୍ଲାନ୍ ଲଂଚ୍ କରିଛି । ଏହା ଏକ ବାର୍ଷିକ ପ୍ରିମିୟମ ଯୋଜନା । ଏହି ଯୋଜନା ସେୟାର ମାର୍କେଟ ସହିତ ଜଡିତ ନୁହେଁ । ଏହି ଯୋଜନାକୁ ଆପଣ ମିଳିତ ଭାବେ ବି ନେଇ ପାରିବେ । ଅର୍ଥାତ ଯୋଜନାର ଲାଭ ଆପଣ ପାଇବା ସହ ଆପଣଙ୍କ ପରେ ନିଜର ପରିବାର ଲୋକ ବି ଏହି ଯୋଜନାରୁ ଲାଭ ପାଇପାରିବେ । ଏହାସହ ଆପଣ ପଲିସି ନେବାର ୬ ମାସ ପରେ ଆବଶ୍ୟକ ସ୍ଥଳେ ଆପଣ ପଲିସିରୁ ଋଣ ନେଇ ପାରିବେ । ଏହାକୁ ଆପଣ ଅନଲାଇନ ଓ ଅଫ୍ ଲାଇନ ମାଧ୍ୟମରେ କିଣି ପାରିବେ । ଏହି ପ୍ଲାନ ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇ ଆର ଡି ଏ ଆଇ) ନିୟମାବଳୀ ଆଧାରିତ ତକ୍ରାଳ ବାର୍ଷିକ ଯୋଜନା ।

Advertisment

ଆପଣ ଅନଲାଇନରେ ଏଲଆଇସି ୱେବ୍ ସାଇଟକୁ ଯାଇ ଏହି ପ୍ଲାନ କିଣିପାରିବେ । ଏହି ଯୋଜନାରେ ଆପଣଙ୍କୁ ସର୍ବନିମ୍ନ ୧୨ ହଜାର ଟଙ୍କା ଦେବାକୁ ହେବ (ପ୍ରିମିୟମ ରାଶି ଆପଣଙ୍କ ବୟସ ଉପରେ ନିର୍ଭର କରେ) । ଏହାସହ ସର୍ବାଧିକ ପ୍ରିମିୟମ ଉପରେ କୌଣସି ସୀମା ନାହିଁ । ପଲିସି ନେବାର ବୟସ ସର୍ବନିମ୍ନ ୪୦ ଓ ସର୍ବାଧିକ ୮୦ ବର୍ଷ ହୋଇଥିବା ଆବଶ୍ୟକ । ଯଦି କୌଣସି ଲୋକ ବାର୍ଷିକ ପ୍ରିମିୟମ ଦେବାକୁ ଅକ୍ଷମ ତେବେ ସେ ମାସିକ କିମ୍ବା ୩ ମାସିକ ମୋଡରେ ପ୍ରିମିୟମ ଦେଇ ପାରିବେ । ସେଥିପାଇଁ ପଲିସି ହୋଲ୍ଡରଙ୍କୁ ଅଧିକ ଦେୟ ଦେବାକୁ ପଡିବ ନାହିଁ ।

ଏହି ଯୋଜନାରେ ଟଙ୍କା ଲଗାଇଥିବା ଲୋକ ଦୁଇଟି ଅପ୍ସନ ନେଇ ପାରିବେ । ପ୍ରଥମ ଅପ୍ସନରେ ସେ ପଲିସି ଶେଷରେ ମାସିକ ପେନସନ୍ ନେଇ ପାରିବେ ଓ ତାଙ୍କର ମୃତ୍ୟୁ ହେଲେ ସମ୍ ଆସୋର୍ଡ ତାଙ୍କ ପରିବାର ଲୋକଙ୍କୁ ମିଳିବ । । ନଚେତ ପଲିସି ଧାରକଙ୍କ ମୃତ୍ୟୁପରେ ତାଙ୍କର ପତି କିମ୍ବା ପତ୍ନୀ ଏହି ଯୋଜନାରୁ ମାସିକ ପେନସନ୍ ନେଇ ପାରିବେ । ଏହାସହ ତାଙ୍କର ମୃତ୍ୟୁ ହେବା ପରେ ବି ସମ୍ ଆସୋର୍ଡ ଫେରସ୍ତ ପାଇପାରିବେ ।