ଲିବିୟା : ଲିବିୟାରେ ବିମାନ ଅପହରଣ । ଆଫ୍ରିକୀୟ ଏୟାରୱେଜର ଘରୋଇ ବିମାନ ଏ-୩୨୦କୁ ୨ ଜଣ ଅପହରଣ କରିନେଇଥିବା ସୂଚନା ମିଳିଛି । ବିମାନଟି ଲିବିୟାର ସେଭାରୁ ତ୍ରିପୋଲିକୁ ଯାଉଥିବା ସମୟରେ ଅପହରଣ କରାଯାଇଛି । ବିମାନରେ କ୍ର୍ୟୁ ମେମ୍ବରଙ୍କ ସମେତ ମୋଟ୍ ୧୧୮ ଜଣ ଯାତ୍ରୀ ଅଛନ୍ତି । ବଳପୂର୍ବକ ବିମାନଟିକୁ ଏହି ଦୁଇ ଅପହରଣକାରୀ ଗତିପଥ ପରିବର୍ତନ କରିବା ପାଇଁ ବାଧ୍ୟ କରିଥିଲେ ।
ଅପହରଣକାରୀ ବିମାନରେ ବୋମା ଥିବା ଦର୍ଶାଇ ଭୟଭୀତ କରିବା ସହ ରୁଟ୍ ପରିବର୍ତନ ପାଇଁ ବାଧ୍ୟ କରିଥିବା କେତେକ ଆର୍ନ୍ତଜାତୀୟ ଗଣମାଧ୍ୟମ ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି । ଏବେ ବିମାନଟିକୁ ମାଲଟାରେ ଅବତରଣ କରାଯାଇଛି । ଏହି ବିମାନ ଅପହରଣ ନେଇ ମାଲଟା ପ୍ରଧାନମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି ।
ଲିବିୟାର ଏକ ଘରୋଇ ବିମାନ ଅପହରଣ ହେଲା ପରେ ରୁଟ୍ ପରିବର୍ତନ କରି ମାଲଟା ଅବତରଣ କରିଥିବା ନେଇ ସୂଚନା ରହିଥିବା କହିଛନ୍ତି ମାଲଟା ପ୍ରଧାନମନ୍ତ୍ରୀ ଜୋସେଫ୍ ମସକଟ୍ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀ ଏବଂ ଜରୁରୀକାଳୀନ ଅଧିକାରୀ ପ୍ରସ୍ତୁତ ଥିବା ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/22-3.jpg)