ମହିଳାଙ୍କ ମନ୍ଦିର ମଧ୍ୟରେ ପ୍ରବେଶ ଦ୍ୱାରା ସବରିମାଲା ପାଲଟିଯିବ ଯୌନ ପର୍ଯ୍ୟଟନ କ୍ଷେତ୍ର : ଟିଡିବି ମୁଖ୍ୟ

Advertisment
ମହିଳାଙ୍କ ମନ୍ଦିର ମଧ୍ୟରେ ପ୍ରବେଶ ଦ୍ୱାରା ସବରିମାଲା ପାଲଟିଯିବ ଯୌନ ପର୍ଯ୍ୟଟନ କ୍ଷେତ୍ର : ଟିଡିବି ମୁଖ୍ୟ

Source: google.com

କେରଳର ସବରିମାଲା ମନ୍ଦିର ବୋର୍ଡର ମୁଖ୍ୟ ଏକ ବିବାଦୀୟ ମନ୍ତବ୍ୟ ଦେଇ ଆଲୋଚନାର ପରିସରକୁ ଆସିଛନ୍ତି । ସେ କହିଛନ୍ତି ଯେ, ମନ୍ଦିର ଭିତରକୁ ମହିଳାମାନଙ୍କୁ ପ୍ରବେଶ କରାଇଲେ ଥାଇଲାଣ୍ଡ୍ ପରି ସବରିମାଲା ମନ୍ଦିର ମଧ୍ୟ ‘ଯୌନ ପର୍ଯ୍ୟଟନ କ୍ଷେତ୍ର’ ପାଲଟିଯିବ ।

publive-imageଉଲ୍ଲେଖଯୋଗ୍ୟ, ପୂର୍ବରୁ ମହିଳାମାନଙ୍କୁ ସବରିମାଲା ଭିତରକୁ ଯିବା ନେଇ ବାରଣ ରହିଥିଲା । ମାତ୍ର ଏହି ମନ୍ଦିରରେ ଏଣିକି ମହିଳାମାନଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟ ଖୁବ୍ ଶୀଘ୍ର ନିଷ୍ପତ୍ତି ଶୁଣାଇବେ। ସୁପ୍ରିମକୋର୍ଟଙ୍କ ଏକ ସ୍ୱତନ୍ତ୍ର ବେଞ୍ଚ୍ ସବରିମାଲାକୁ ମହିଳାମାନଙ୍କ ପ୍ରବେଶ ସଂପର୍କିତ ନିଷ୍ପତ୍ତି ଶୁଣାଇବେ ବୋଲି ଜଣାପଡ଼ିବାର ମାତ୍ର କେତେ ଘଣ୍ଟା ମଧ୍ୟ ବୋର୍ଡ ମୁଖ୍ୟ ଏପରି ମନ୍ତବ୍ୟ ଦେଇଛନ୍ତି ।

publive-imageଟ୍ରାଭାନକୋର ଦେଓ୍ଵାସମ୍ ବୋର୍ଡ (ଟିଡିବି)ର ଅଧ୍ୟକ୍ଷ ଗୋପାଲକ୍ରିଷ୍ଣନ ପୂର୍ବରୁ ଏପରି କିଛି ବିବାଦୀୟ ମନ୍ତବ୍ୟ ଦେଇ ଥିବାରୁ ତାଙ୍କୁ କେରଳର ମନ୍ଦିର ବ୍ୟାପାର ମନ୍ତ୍ରୀ କକମପାଲି ସୁରେନ୍ଦ୍ରନ ନିନ୍ଦା କରିଥିବା କଥା ବେଶ ଚର୍ଚ୍ଚା ହୋଇଥିଲା। ଯଦି ବି ସୁପ୍ରିମକୋର୍ଟରୁ ଅନୁମତି ମିଳେ, ଆମେ କିନ୍ତୁ ମହିଳାମାନଙ୍କୁ କୌଣସି ପ୍ରକାର ସୁରକ୍ଷା ଯୋଗାଇ ପାରିବୁ ନାହିଁ । ଥାଇଲାଣ୍ଡ୍ ପରି ଆମେ ଏହାକୁ ଏକ ଯୌନ ପର୍ଯ୍ୟଟନ କ୍ଷେତ୍ର ପରି ହେବାକୁ ଦେବୁ ନାହିଁ । ଏପରିକି ଦ୍ୱାର ଖୋଲିବାର ଶୁଣାଣି କୋର୍ଟ କରିବା ପରେ ବି ଆତ୍ମସମ୍ମାନ ସଚେତନ ମହିଳାମାନେ କେବେ ବି ମନ୍ଦିର ଭିତରେ ପାଦ ରଖିବେ ନାହିଁ ବୋଲି ସେ ମତ ରଖିଥିଲେ ।

publive-image୧୦ରୁ ୫୦ ବର୍ଷ ବୟସ୍କ ମହିଳାମାନଙ୍କର ମୁଖ୍ୟତଃ ସେମାନଙ୍କ ମାସିକ ଧର୍ମ ହେଉଥିବା ବୟସରେ ସେମାନଙ୍କୁ ସବରିମାଲା ମନ୍ଦିର ଭିତରକୁ ପ୍ରବେଶ କରିବା ନେଇ ବାରଣ ରହିଛି । ଏ ସଂପର୍କରେ ଗୋପଳକ୍ରିଷ୍ଣ ମତ ଦେଇଛନ୍ତି, ‘ଏହା ଅତି ପୁରୁଣା ପରମ୍ପରା । ଯଦି ମହିଳାମାନଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳେ ତେବେ ଅନର୍ଥ ହୋଇଯିବ । ଗୁଡ଼ାଏ ସମସ୍ୟା ସାମ୍ନାକୁ ଆସିବ । ମହିଳାମାନେ ଅସୁରକ୍ଷିତ ରହିବେ । ଏହାଛଡ଼ା ଅନୈତିକ କାର୍ଯ୍ୟ ହେବାର ଅନେକ ସମ୍ଭାବନା ରହିଛି।’

publive-imageମନ୍ଦିରରେ ମହିଳାମାନଙ୍କ ଅନୁପ୍ରବେଶ ନେଇ ବୋର୍ଡ ମୁଖ୍ୟଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟ ସରକାର । ମହିଳାମାନଙ୍କ ପ୍ରବେଶ ବାରଣ ନେଇ ବୋର୍ଡ ମୁଖ୍ୟ ସପକ୍ଷରେ ଯୁକ୍ତି ବାଢୁଥିବାରୁ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ମନ୍ତ୍ରୀ ସୁରେନ୍ଦ୍ରରନ୍ କହିଛନ୍ତି ଯେ, ମହିଳାମାନଙ୍କୁ ଅପମାନିତ ନ କରାଯାଇ , ବୋର୍ଡ ପକ୍ଷରୁ ସୋମନଙ୍କ ଦାବି ଉଠାଇ ମହିଳାମାନଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ ।

ଅନ୍ୟପକ୍ଷରେ ଟିଡିବି ମୁଖ୍ୟ ମତ ରଖିଛନ୍ତି ଯେ, ମହିଳାମାନଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ମିଳିବ ଯଦି ସେମାନଙ୍କ ସ୍ୱଚ୍ଛତା ପରୀକ୍ଷଣ ପାଇଁ ମନ୍ଦିର ପରିସରରେ ଏକ ମେସିନ୍ ରଖାଯିବ । ମୁଖ୍ୟଙ୍କର ଏପରି ବୟାନ ଅସନ୍ତୋଷ ସୃଷ୍ଟି କରିବା ସହିତ ସାମାଜୀକ କର୍ମୀମାନେ ‘ହାପି ଟୁ ବ୍ଲିଡ୍’ ନାମରେ ଏକ କ୍ୟାମ୍ପେନ ମଧ୍ୟ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe