କନକ ବ୍ୟୁରୋ : କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଲେଖିଛନ୍ତି । ଉଲ୍ଲେଖ କରିଛନ୍ତି ଯେ, ବର୍ତମାନ ଭାରତ କୋଭିଡ-୧୯ର ଦ୍ୱିତୀୟ ଲହରୀ ସହ ଲଢ଼େଇ କରୁଛି । ଭାରତର ଟିକାକରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିଆଯାଇଥିବା ବଳିଷ୍ଠ ପଦକ୍ଷେପକୁ ସମର୍ଥନ କରିବା ପାଇଁ ତଥା ଦେଶରେ ଦ୍ରୁତ ଗତିରେ ବଢୁଥିବା କୋଭିଡ -୧୯ ର ମାମଲା ଗୁଡ଼ିକର ଚିକିତ୍ସା ପାଇଁ ସମସ୍ତ ଉପଲବ୍ଧ ସ୍ୱାସ୍ଥ୍ୟ ଭିତିଭୂମିକୁ ବୃଦ୍ଧି କରିବା ଆବଶ୍ୟକ । ଓଡ଼ିଶାରେ କୋଭିଡ୍ ମାମଲା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ନିକଟରେ ଦୈନିକ ନୂଆ ସଂକମ୍ରଣ ୪ ହଜାର ୭୬୧କୁ ବୃଦ୍ଧି ପାଇଛି ।
ଅନୁରୂପ ଭାବେ ପତ୍ର ଲେଖିବା ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୪୫୩ଟି ସକ୍ରିୟ କୋଭିଡ୍ ମାମଲା ରହିଥିବା ବେଳେ ପ୍ରତିଦିନ ୮୧ରୁ ଅଧିକ ନୂଆ କୋଭିଡ୍ ରୋଗୀ ଚିହ୍ନଟ ହେଉଛନ୍ତି । କୋଭିଡର ପ୍ରଥମ ଲହରି ବେଳେ ୧୪୪ ବିଶିଷ୍ଟ ଶଯ୍ୟା ବିଶିଷ୍ଟ ଏବଂ ୬ଟି ଆଇସିୟୁ ୟୁନିଟ୍ ସହ ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲ କୋଭିଡ଼୍ ହସ୍ପିଟାଲ ଭାବରେ କାର୍ଯ୍ୟ କରୁଥିଲା । ତେଣୁ ବର୍ତମାନ ସମୟରେ କୋଭିଡ୍-୧୯ ମାମଲା ବ୍ୟାପକ ହେଉଥିବା ଏହି ହସ୍ପିଟାଲକୁ ୧୦୦ଟି ଭେଂଟିଲେଟର ପ୍ରଦାନ କରାଗଲେ କୋଭିଡ୍ ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ।
ଅନୁଗୁଳ ଜିଲ୍ଲାରେ କୋଭିଡ୍ ମାମଲା ବଢ଼ୁଥିବା ବେଳେ ଏଠାରେ ଜରୁରୀକାଳୀନ ମେଡ଼ିକାଲ ଭିତିଭୂମିକୁ କାର୍ଯ୍ୟକ୍ଷମ କରିବା ଅତ୍ୟନ୍ତ ଆବଶ୍ୟକ । ସେଥିପାଇଁ ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲରେ ଆଇସିୟୁ ସୁବିଧା ସହ କୋଭିଡ୍ ହସ୍ପିଟାଲ ଭାବେ ଘୋଷଣା କରିବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହାସହ ଅନୁଗୁଳ ଜିଲ୍ଲା ତଥା ଆଖପାଖ ଅଂଚଳରେ ବଢ଼ୁଥିବା କୋଭିଡ୍ ମାମଲା ପାଇଁ ସଠିକ୍ ମେଡ଼ିକାଲ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଏମସିଏଲର ଅଧିକାରୀଙ୍କୁ ଏହି ହସ୍ପିଟାଲରେ ଯଥାଶୀଘ୍ର ୧୦୦ଟି ଭେଂଟିଲେଟରର ବ୍ୟବସ୍ଥା କରିବାକୁ ଅନୁମତି ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/11-21.jpg)