କେଉଁଠି ଲାଗିଛି ନିଆଁ, କ’ଣ ରହିଛି ସ୍ଥିତି? ପ୍ରତିଦିନ ରିପୋର୍ଟ ଦେବେ ସମସ୍ତ ଡିଏଫଓ, ସନ୍ଧ୍ୟାସୁଦ୍ଧା ରିପୋର୍ଟ ଦେବାକୁ ଜଙ୍ଗଲ ବିଭାଗର ଚିଠି ।

59
କନକ ବ୍ୟୁରୋ: ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଆକ୍ସନ ମୋଡରେ ରାଜ୍ୟ ସରକାର  । କେମିତି ଅଛି ଜଙ୍ଗଲ, ନିଆଁକୁ ନେଇ ପ୍ରତିଦିନ ରିପୋର୍ଟ ଦେବେ ସମସ୍ତ ଡିଏଫଓ । ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ସମସ୍ତ ଡିଏଫଓଙ୍କୁ ଚିଠି । ପ୍ରତିଦିନ ସନ୍ଧ୍ୟା ୬ଟା ସୁଦ୍ଧା ରିପୋର୍ଟ ଦେବାକୁ ସମସ୍ତ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଆଁ କେଉଁଠି ଲାଗିଛି, ସ୍ଥିତି କ’ଣ ଅଛି କ’ଣ ପଦକ୍ଷେପ ନିଆଯାଇଛି, ଏନେଇ ବସ୍ତୃତ ରିପୋର୍ଟ ଦେବେ ଡିଏଫଓ ।

ଏପଟେ ଜଙ୍ଗଲ ନିଆଁ ଆୟତ୍ତ ପାଇଁ ୯ ଜଣିଆ ଟାକ୍ସ ଫୋର୍ସ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁକ୍ରମେ ଗଠନ ହୋଇଛିି ଏହି କମିଟି । ତେବେ କମିଟିର ନାଁ- ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ ଏବଂ କମିଟିର ଅଧ୍ୟକ୍ଷ ହେଲେ ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ । ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ ଏହି ଟାସ୍କ ଫୋର୍ସ କମିଟି । ଜୈବ-ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବ ଏହି କମିଟି ।

Comments are closed.