ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଆକ୍ସନ ମୋଡରେ ରାଜ୍ୟ ସରକାର । କେମିତି ଅଛି ଜଙ୍ଗଲ? ପ୍ରତିଦିନ ରିପୋର୍ଟ ଦେବେ ସମସ୍ତ ଡିଏଫଓ । ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ସମସ୍ତ ଡିଏଫଓଙ୍କୁ ଚିଠି #SaveSimilipal#Odisha#KanakNews@ForestDepttpic.twitter.com/5VyugXDlBh
— Kanak News (@kanak_news) March 8, 2021
ଏପଟେ ଜଙ୍ଗଲ ନିଆଁ ଆୟତ୍ତ ପାଇଁ ୯ ଜଣିଆ ଟାକ୍ସ ଫୋର୍ସ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁକ୍ରମେ ଗଠନ ହୋଇଛିି ଏହି କମିଟି । ତେବେ କମିଟିର ନାଁ- ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ ଏବଂ କମିଟିର ଅଧ୍ୟକ୍ଷ ହେଲେ ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ । ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ ଏହି ଟାସ୍କ ଫୋର୍ସ କମିଟି । ଜୈବ-ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବ ଏହି କମିଟି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/19-4.jpg)