କନକ ବ୍ୟୁରୋ: ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲାପାଳଙ୍କ ଚିଠି । ସବୁ ପଞ୍ଚାୟତ ସମିତିକୁ ଚିଠି ଲେଖିଲେ ଜିଲ୍ଲାପାଳ । ଜଙ୍ଗଲରେ ନିଆଁ ନଲଗାଇବା ନେଇ ସଚେତନ କରିବାକୁ ନିର୍ଦ୍ଦେଶ । ଜଙ୍ଗଲରେ ନିଆଁ ଲାଗୁଥିଲେ ବନକର୍ମଚାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ଗତ କିଛିଦିନ ହେବ ନିଆଁ ଲାଗିଛି । ଓଡ୍ରାଫ ଟିମ ମଧ୍ୟ ନିଆଁ ଲିଭାଇବା କାମରେ ନିୟୋଜିତ ଅଛନ୍ତି ।
ଗତକିଛି ଦିନ ହେବ ରାଜ୍ୟର ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଥିଲା । ବର୍ତ୍ତମାନ ଏହି ନିଆଁ ଭୟଙ୍କର ହେବାରେ ଲାଗିଛି । କେବଳ ଶିମିଳିପାଳ ନୁହେଁ ବଲାଙ୍ଗିର, ଢେଙ୍କାନାଳ, ନୟାଗଡ, କେଉଁଝର ଆଦି ଜଙ୍ଗଲରେ ନିଆଁ ଲାଗିଛି । ତେବେ ଏହାକୁ ନେଇ ଏବେ ସରକାର ପଦକ୍ଷେପ ନେଇଛନ୍ତି । ନିଆଁ ଲିଭାଇବା ପାଇଁ ଟାସ୍କ ଫୋର୍ସ ଗଠନ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/30-3.jpg)