କନକ ବ୍ୟୁରୋ: ରାଜ୍ୟରେ କରୋନା ଟିକାକରଣରେ ହାଇ ରିସ୍କ ଗ୍ରୁପକୁ ପ୍ରାଥମିକତା ଦେବାକୁ ସବୁ ଜିଲ୍ଲାକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଏଥିରେ କୁହାଯାଇଛି, ୪୫ ବର୍ଷ କିମ୍ବା ତାଠାରୁ ଅଧିଳ ବୟସର ଲୋକଙ୍କୁ ଟିକାକରଣରେ ଗୁରୁତ୍ୱ ଦିଆଯାଉ । ଏମାନଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି ବୁଲାବିକାଳୀ, ମାଛ ଓ ମାଂସ ବେପାରୀ, ଅଟୋ-ବସ ଡ୍ରାଇଭର, ସ୍କୁଲ-କଲେଜ ଶିକ୍ଷକ, ସେଲୁନରେ କାମ କରୁଥିବା ଲୋକେ, ସିକ୍ୟୁରିଟି ଗାର୍ଡ, ହୋଟେଲ ଷ୍ଟାଫ ଓ ଧର୍ମାନୁଷ୍ଠାନର ପୂଜକ ।
ଏପ୍ରିଲ ପହିଲାରୁ ଏହି ଟିକାକରଣ ହେବ । ଏହାଛଡା ଦିନକୁ ଦୁଇଲକ୍ଷ ଟିକାକରଣ ପାଇଁ ବି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ଏହା ଏକ ଲକ୍ଷ ଥିଲା । ସେହିଭଳି ମାସ୍କ ପନ୍ଧିବା, ସାମାଜିକ ଦୂରତା ଭଳି ନିୟମ ଜାରି ରହିବ । ନିୟମ ନ ମାନିଲେ କଡା ସନ୍ଦେଶ ଦେବାକୁ କିଛି ଦୋକାନକୁ ସିଲ କରାଯାଇପାରିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।