କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ଲେଟସ୍ ସଟଲ ‘ଟୁ ପଏଣ୍ଟ’ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ମ୍ୟାଚଗୁଡ଼ିକ ପୂର୍ବତଟ ରେଳବାଇ ଇନଡୋର ଷ୍ଟାଡିୟମରେ ହେବ । ବ୍ୟାଡମିଣ୍ଟନ କ୍ଷେତ୍ରରେ ନୂଆ ବିପ୍ଳବ ସୃଷ୍ଟି କରିବାକୁ ଯାଉଛି ।

Advertisment

ଏହି ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣରେ ଭାଗ ନେଉଛନ୍ତି ୪୩୪ ଖେଳାଳି । ମୋଟ ୪ଟି ବର୍ଗରେ ଖେଳାଯିବ । ବରିଷ୍ଠ ପୁରୁଷ, ମହିଳା, କର୍ପୋରେଟ୍/ ସରକାରୀ କର୍ମଚାରୀ ଏବଂ ଜମ୍ବଲ୍ଡ ବର୍ଗରେ ହେବ ପ୍ରତିଯୋଗିତା । ରାଜ୍ୟ ମାନ୍ୟତାର ଶ୍ରେଷ୍ଠ ୧୦ ମହିଳା ଖେଳାଳି ଓ କ୍ରୀଡ଼ା କୋଟାରେ ଚାକିରି ପାଇଥିବା ଖେଳାଳିଙ୍କୁ ବାଦ ଦେଇ ଅନ୍ୟ ମହିଳା ଖେଳାଳି ଭାଗ ନେବେ । ପ୍ରତିବର୍ଗ ଲାଗି ବିଜେତାଙ୍କୁ ୨୦ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯିବ । ସେହିପରି ଉପବିଜେତାଙ୍କୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯିବ । ଏଥିସହ ସେମିଫାଇନାଲିଷ୍ଟଙ୍କୁ ୫ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଜାତୀୟ ବ୍ୟାଡମିଣ୍ଟନ ବିଜେତା ମିଥୁନ ମଂଜୁନାଥ ।