କ୍ଷମା ମାଗିଲେ କେଜରିୱାଲ ! କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭୁଲ୍ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍

38

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭୁଲ୍ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ପୂର୍ବରୁ ଜେଟଲୀଙ୍କୁ ଦୁର୍ନୀତିଗ୍ରସ୍ଥ ବୋଲି କେଜରିୱାଲ ଅଭିଯୋଗ ଆଣିଥିଲେ । ଆଉ ଏହାକୁ ନେଇ ଜେଟଲୀ କେଜରିୱାଲଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ । କେଜରିୱାଲଂକ ବିରୋଧରେ ଜେଟଲୀ ୨୦ କୋଟି ଟଙ୍କାର ୨ଟି ମାନହାନୀ ମକଦ୍ଦମା କରିଥିଲେ ।

କେଜରିୱାଲଂକ କ୍ଷମାପ୍ରାର୍ଥନା ପରେ ଜେଟଲୀ ମାନହାନୀ କେସ୍ ପ୍ରତ୍ୟାହାର କରିବାକୁ ରାଜି ଥିବା ସୂଚନା ମିଳିଛି । କେଜରିୱାଲଂକ ଛଡ଼ା ଆପ୍ ନେତା ସଂଜୟ ସିଂ, ଆଶୁତୋଷ ଓ ରାଘବ ଚଢ଼ା ମଧ୍ୟ ଜେଟଲୀଂକୁ କ୍ଷମାପ୍ରାର୍ଥନା କରିଛନ୍ତି । ପୂର୍ବରୁ ବକ୍ରମ ସିଂ ମାଜିଥିଆ, ନୀତିନ ଗଡକରୀ ଓ କପିଲ ଶିବଲଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରିଥିଲେ କେଜରିୱାଲ ।