୨୬/୧୧ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦର ରୂପ ଦେବାକୁ ଉଦ୍ୟମ କରୁଥିଲା ଲସ୍କର । ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ଲିଖିତ ବହିକୁ ନେଇ ଚର୍ଚ୍ଚା ।

186

କନକ ବ୍ୟୁରୋ : ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ବହି ଏବେ ଚର୍ଚ୍ଚାରେ । ଲେଟ୍ ମି ସେ ଇଟ୍ ନାଓ ବହିରେ ରାକେଶ ମାରିଆ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀଙ୍କୁ ନେଇ କରିଛନ୍ତି ବଡ ଖୁଲାସା । ଯାହା ଏବେ ଏହି ବହିକୁ ଚର୍ଚ୍ଚାର ପରିସରକୁ ଆଣିଛି । ଏହି ବହିରେ ରାକେଶ ମାରିଆ ଉଲ୍ଲେଖ କରିଛନ୍ତି ୨୬/୧୧ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦର ରୂପ ଦେବାକୁ ଉଦ୍ୟମ କରୁଥିଲା ଲସ୍କର । ମାରିଆଙ୍କ ଏହି ଖୁଲାସାକୁ ନେଇ ସାରା ଦେଶରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା ।

ଚର୍ଚ୍ଚାରେ ମୁମ୍ୱାଇର ପୂର୍ବତନ କମିଶନର ରାକେଶ ମାରିଆଙ୍କ ବହି ଲେଟ୍ ମି ସେ ଇଟ୍ ନାଓ । ଏହି ବହିରେ ମୁମ୍ୱାଇ ଆକ୍ରମଣକୁ ନେଇ ରହିଛି କିଛି ଚାଂଚଲ୍ୟକର ତଥ୍ୟ, ଯାହାକୁ ନେଇ ଆରମ୍ଭ ହୋଇଛି ଝଡ । ରାକେଶ ମାରିଆ ଏହି ବହିରେ ଉଲ୍ଲେଖ କରିଛନ୍ତି ମୁମ୍ୱାଇ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦର ରୂପ ଦେବାକୁ ଉଦ୍ୟମ କରିଥିଲା ଲସ୍କର । ଆଉ ଏଥିପାଇଁ ତିଆରି ହୋଇଥିଲା ବିଦ୍ଧିବଦ୍ଧ ଯୋଜନା । ଆସନ୍ତୁ ନଜର ପକାଇବା ରାକେଶ ମାରିଆଙ୍କ ବହିରେ କଣ ରହିଛି ବଡ ତଥ୍ୟ ।

ଲେଟ୍ ମି ସେ ଇଟ୍ ନାଓରେ ରହିଛି ୨୬/୧୧ ମୁମ୍ୱାଇ ଆକ୍ରମଣର ତଥ୍ୟ । ୨୬/୧୧ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦର ରୂପ ଦେବାକୁ ଚାହୁଁଥିଲା ଲସ୍କର । ଆତଙ୍କବାଦୀଙ୍କୁ ହିନ୍ଦୁ ପରିଚୟ ଦେବାକୁ କରାଯାଇଥିଲା ଷଡଯନ୍ତ୍ର । ସବୁ ଆତଙ୍କବାଦୀଙ୍କ ନିକଟରୁ ଉଦ୍ଧାର ହୋଇଥିଲା ହିନ୍ଦୁ ପରିଚୟ ପତ୍ର । ସବୁ ଆତଙ୍କବାଦୀ ହାତରେ ପିନ୍ଧିଥିଲେ କଲବା । ଜୀଅନ୍ତା ଧରାପଡିଥିବା କସାବ ହାତରେ ବି ରହିଥିଲା କଲବା । କସାବ ନିକଟରୁ ଜବତ ହୋଇଥିଲା ସମୀର ଚୌଧୁରୀ ନାଁରେ ଆଇଡି କାର୍ଡ । ଏପରିକି କସାବକୁ ଜେଲ ଭିତରେ ସଫା କରିଦେବାକୁ ହୋଇଥିଲା ଷଡଯନ୍ତ୍ର । ଏଥିପାଇଁ ଦାଉଦର ଗ୍ୟାଙ୍ଗକୁ ମିଳିଥିଲା ଦାୟିତ୍ୱ । ରାକେଶ ମାରିଆଙ୍କ ବହିରେ ଏପରି ତଥ୍ୟ ପରେ ଦେଶରେ ରାଜନୈତିକ ମହଲରେ ସୃଷ୍ଟି ହୋଇଛି ଝଡ ।

ମୁମ୍ୱାଇ ଆକ୍ରମଣରେ ମୋଟ୍ ସଂପୃକ୍ତ ଥିଲେ ୧୦ ଆତଙ୍କୀ । ଆଉ ଏହି ୧୦ ଜଣ ଆତଙ୍କବାଦୀଙ୍କୁ ହିନ୍ଦୁ ପରିଚୟପତ୍ର ଦେଇ ପଠାଇଥିଲା ଆଇଏସଆଇ ଓ ଲସ୍କର । ରାକେଶ ମାରିଆ ତାଙ୍କ ବହିରେ ଦର୍ଶାଇଛନ୍ତି କେବଳ ମୁମ୍ୱାଇ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦୀଙ୍କ କାଣ୍ଡ ବୋଲି ଦର୍ଶାଇବାକୁ ଏପରି ଥିଲା ଷଡଯନ୍ତ୍ର ।

କେବଳ ସେତିକି ନୁହଁ ମାରିଆ ନିଜ ବହିରେ ଉଲ୍ଲେଖ କରିଛନ୍ତି କସାବକୁ ଗିରଫ କରିବା ପରେ ବିଳମ୍ୱିତ ରାତିରେ ଯେତେବେଳେ କାଫିଲା ମେଟ୍ରୋ ଷ୍ଟେସନ ଦେଇ ଯାଉଥିଲା, ମାରିଆ ଗାଡି ଅଟକାଇଥିଲେ । କସାବକୁ ଗାଡିରୁ ବାହାରକୁ ଆଣି ମାଟି ଉପରେ ଆଣ୍ଠେଇ ଦେଇ ତା ମୁହଁରେ କୁହାଇଥିଲେ ଭାରତ ମାତା କୀ ଜୟ । ୨୦୦୮ ମୁମ୍ୱାଇ ଆକ୍ରମଣ ମାମଲାରେ ଦୋଷୀ ଅଜମଲ କସାବକୁ ୨୧ ନଭେମ୍ୱର ୨୦୧୨ରେ ଫାଶୀ ଦିଆଯାଇଥିଲା ।