ପାହାଡ଼ ଉପରେ ପାଠପଢ଼ା : ଗାଁକୁ ଆସୁନି ନେଟୱର୍କ, ପାହାଡ଼ ଚଢ଼ିଲେ ମିଳିବ ସୁବିଧା, କେନ୍ଦୁଝର ତେଲକୋଇ ବ୍ଳକ କୃଷ୍ଣପୁର ଗାଁର ପିଲାଙ୍କ ଦୁଃଖ; ଦିଶା ପାହାଡ଼ ଉପରକୁ ଚଢ଼ି ଅନଲାଇନରେ ପଢ଼ୁଛନ୍ତି ପାଠ

79

କନକ ବ୍ୟୁରୋ : କରୋନା ସ୍ଥିତି ବେଳେ ଅନଲାଇନ ମାଧ୍ୟମରେ ପାଠପଢ଼ା ଚାଲିଛି  । ତେବେ ଅନଲାଇନ ପାଠପଢ଼ା ପାଇଁ ନେଟୱର୍କ ଥିବା ଦରକାର  । ତେବେ ନେଟୱର୍କ ପାଇବାକୁ ପିଲାଙ୍କୁ ୩ କି.ମି ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିବାର ଖବର ଆସିଛି  । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକର କୃଷ୍ଣପୁର ଗାଁରୁ   । ଏହି ଗାଁରେ ମୋବାଇଲ ନେଟୱର୍କ ଆସୁ ନାହିଁ  । ତେଣୁ ପିଲାମାନେ ନେଟୱର୍କ ପାଇଁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଦିଶା ପାହାଡ଼କୁ ଯାଉଛନ୍ତି, ଆଉ ସେଠାରେ ମୋବାଇଲ ନେଟୱର୍କ ମିଳିବା ପରେ ଅନଲାଇନରେ ପାଠ ପଢ଼ୁଛନ୍ତି  ।

ପ୍ରାୟ ୫୦ ଛାତ୍ରଛାତ୍ରୀ ଏପରି ପାହାଡ଼ ଉପରକୁ ଆସି ଅନଲାଇନରେ ପାଠ ପଢ଼ୁଛନ୍ତି  । ପାହାଡ଼ ଚଢ଼ିବା କଷ୍ଟ ଓ ବନ୍ୟ ଜନ୍ତୁଙ୍କ ଭୟ ସବୁକୁ ବେଖାତିର କରି ପିଲାମାନେ ଅନଲାନଇନ ପାଠପଢ଼ିବା ପାଇଁ ଏଠାକୁ ଆସୁଛନ୍ତି  ।