କମିବ ପିଲାଙ୍କ ପାଠ୍ୟକ୍ରମ ।  ବିଶେଷଜ୍ଞ କମିଟିର ରିପୋର୍ଟ ଉପରେ ଚାଲିଛି ତର୍ଜମା, ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ସପ୍ତାହ ଭିତରେ ଦ୍ୱର ହେବ ଦ୍ୱନ୍ଦ୍ୱ

680

କନକ ବ୍ୟୁରୋ : କମିବ ପିଲାଙ୍କ ପାଠ୍ୟକ୍ରମ । ଏକ ସପ୍ତାହ ସୁଦ୍ଧା ଏ ନେଇ ଦ୍ୱନ୍ଦ୍ୱ  ଦୂର ହେବ ।  ଏ ନେଇ ସୂଚନା ଦେଇଛନ୍ତି, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ଦାସ ।  ସେ କହିଛନ୍ତି, କେତେ ପାଠ୍ୟକ୍ରମ କମିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର  ପ୍ରମୁଖ ସଚିବଙ୍କ ମାଧ୍ୟମରେ ଯାଂଚ ଚାଲିଛି । ୩ ବିଶେଷଜ୍ଞ କମିଟି  ରିପୋର୍ଟ ଦେଇସାରିଛନ୍ତି ।

  ତେବେ କେତେ ପ୍ରତିଶତ କମିବ ଏ ଯାଏଁ ଠିକ ହୋଇନାହିଁ ।  ସିବିଏସଇ ପାଠ୍ୟକ୍ରମ କାଟିବା ପରେ  କିଛି ବିଷୟକୁ ନେଇ ଅନେକ  ଦ୍ୱନ୍ଦ୍ୱ ହୋଇଥିଲା ।  ତାହା ଯେପରି ନହେଉ  ତା ଉପରେ ନଜର ଦିଆଯାଇଛି । ସ୍କୁଲ ଖୋଲିବା ଉପରେ  ନିର୍ଭର କରୁଛି କେତେ ପ୍ରତିଶତ ପାଠ୍ୟକ୍ରମ କଟାଯିବ ।

Comments are closed.