କନକ ବ୍ୟୁରୋ : କମିବ ପିଲାଙ୍କ ପାଠ୍ୟକ୍ରମ । ଏକ ସପ୍ତାହ ସୁଦ୍ଧା ଏ ନେଇ ଦ୍ୱନ୍ଦ୍ୱ ଦୂର ହେବ । ଏ ନେଇ ସୂଚନା ଦେଇଛନ୍ତି, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି, କେତେ ପାଠ୍ୟକ୍ରମ କମିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ମାଧ୍ୟମରେ ଯାଂଚ ଚାଲିଛି । ୩ ବିଶେଷଜ୍ଞ କମିଟି ରିପୋର୍ଟ ଦେଇସାରିଛନ୍ତି ।
ତେବେ କେତେ ପ୍ରତିଶତ କମିବ ଏ ଯାଏଁ ଠିକ ହୋଇନାହିଁ । ସିବିଏସଇ ପାଠ୍ୟକ୍ରମ କାଟିବା ପରେ କିଛି ବିଷୟକୁ ନେଇ ଅନେକ ଦ୍ୱନ୍ଦ୍ୱ ହୋଇଥିଲା । ତାହା ଯେପରି ନହେଉ ତା ଉପରେ ନଜର ଦିଆଯାଇଛି । ସ୍କୁଲ ଖୋଲିବା ଉପରେ ନିର୍ଭର କରୁଛି କେତେ ପ୍ରତିଶତ ପାଠ୍ୟକ୍ରମ କଟାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/2-39.jpg)