ନିଖୋଜର ୨୪ ଘଂଟା ନପୁରୁଣୁ ମିଳିଲା ଶିଶୁର ମୃତଦେହ : ୩ ବର୍ଷର ପୁଅ ଆୟୁଷର ମୃତଦେହ କୂଅରୁ ଉଦ୍ଧାର

ନିଖୋଜର ୨୪ ଘଂଟା ନପୁରୁଣୁ ମିଳିଲା ଶିଶୁର ମୃତଦେହ : ୩ ବର୍ଷର ପୁଅ ଆୟୁଷର ମୃତଦେହ କୂଅରୁ ଉଦ୍ଧାର

କନକ ବ୍ୟୁରୋ : କାଲି ନିଖୋଜ ଆଜି ମିଳିଲା ମୃତଦେହ । ନିଖୋଜର ୨୪ ଘଂଟା ନ ପୁରୁଣି ପୁଣି ଜଣେ ୩ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଘଟଣା ଘଟିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ । ଗାଁର ଜୟନ୍ତ ସାହୁଙ୍କ ୩ ବର୍ଷର ନିଖୋଜ ପୁଅ ଆୟୁଷର ଆଜି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଜୟନ୍ତଙ୍କ ପୁଅ ଆୟୁଷ ସନ୍ଧ୍ୟା ୭ଟା ସମୟରେ ଜେଜେମା ସହିତ ଦାଣ୍ଡରେ ଖେଳୁଥିବାବେଳେ ହଠାତ ଗାଏବ ହୋଇଯାଇଥିଲା ।

ବହୁ ଖୋଜାଖୋଜି ପରେ ନ ମିଳିବାରୁ ଥାନାରେ ଏତଲା ଦିଆଯାଇଥିଲା । ରାତିରେ ବହୁ ଖୋଜାଖୋଜି ପରେ ମିଳିନଥିଲା । ପରେ ଆଜି ପାଖ ଗାଁର କୂଅରୁ ପୁଅର ମୃତଦେହ ଭାସୁଥିବାରେ ଦେଖିଥିଲେ ପରିବାର ଲୋକେ । ପରିବାର ଲୋକଙ୍କ କହିବା ଅନୁସାରେ, ଆୟୁଷର ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ତେଣୁ କେହି ହତ୍ୟା କରି ଆୟୁଷଙ୍କୁ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ନିହଲପ୍ରସାଦ ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe