କନକ ବ୍ୟୁରୋ : ବାରଙ୍ଗ ଅଂଚଳରେ ବାଘ ଆତଙ୍କ। ବେଲଗଛିଆ ପଞ୍ଚାୟତର କଲରାପତରିଆ ବାଘକୁ ଭିୟଭୀତ ଲୋକେ। ଏକ କଲରାପତରିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଛନ୍ତି। ଗୋଠପୁର ଗାଁର ଜଣେ ଯୁବକ ତାଙ୍କ ବାରିପଟ ଅନ୍ଧାରେ ଜାଗାରେ କଲରାପତରିଆ ବାଘଟିକୁ ଦେଖିବାକୁ ପାଉଥିଲେ। ସେ ତାଙ୍କ ମୋବାଇଲରେ ଫଟୋ ଉଠାଇବା ସହ ଘର ଲୋକଙ୍କୁ ଦେଖାଇ ଥିଲେ। ପରେ କଥାଟି ସାହିପଡିଶା ଓ ସମଗ୍ର ଗାଁରେ ପ୍ରଚାରିତ ହୋଇ ଯାଇଥିଲା। କଲରା ପତରିଆ ବାଘ ବୁଲୁଥିବା କଥା ପାଖ ଗାଁ ଜୟପୁର ଓ ବେଲଗଛିଆରେ ପ୍ରଚାରିତ ହେବା ପରେ ଆତଙ୍କ ଖେଳିଯାଉଛି। ଗୋଠପୁର, ଜୟପୁର ଓ ବେଲଗଛି ଗାଁର ଲୋକେ କଲରାପତରିଆ ବାଘ ଭୟରେ ଅନ୍ଧାର ରାତିରେ ପଦାକୁ ନବାହାରି ତାଟି କବାଟ ଲଗାଇ ଘର ଭିତରେ ରହିଥିଲେ। କଟକ ସିଟି ଫରେଷ୍ଟ ବିଭିଜନ ବା କଟକ ସହର ବନାଞ୍ଚଳ ବିଭାଗ କର୍ମଚାରୀ ଆସି ପ୍ରକୃତ କଣ ଅନୁସନ୍ଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଗତ ୨୦୧୧ ମସିହା ଜାନୁଆରୀ ୧୪ ତାରିଖରେ ଗଣ୍ଡରପୁର କୁଆଖାଇ ନଦୀ ପଠାରେ ଏକ ହଳ କଲରାପତରିଆ ବାଘ ଦେଖିବାକୁ ମିଳିଥିଲା। ଦେଖାଦେଇ ଥିବା କଲରାପତରିଆ ମଧ୍ୟରୁ ଲୋକମାନେ ଘେରି ଯାଇଥିଲେ। ଗୋଟିଏ ବାଘଟି ଖସି ପଳାଇଥିବା ବେଳେ ଅନ୍ୟ ଏକ ବାଘକୁ ଲୋକମାନେ ପିଟି ମାରି ଦେଇଥିଲେ। କଲରାପତରିଆ ବାଘ ଆକ୍ରମଣରେ ଜଣେ ଆହତ ମଧ୍ୟ ହୋଇଥଲେ।

Advertisment