ଉତ୍ତରଘୁମୁସର ବନଖଣ୍ଡରେ ବାଘ ଆତଙ୍କ ! ବାଇବାଲିରେ ବାଛୁରୀକୁ ମାରିଲା କଲରାପତରିଆ ବାଘ

Advertisment
ଉତ୍ତରଘୁମୁସର ବନଖଣ୍ଡରେ ବାଘ ଆତଙ୍କ ! ବାଇବାଲିରେ ବାଛୁରୀକୁ ମାରିଲା କଲରାପତରିଆ ବାଘ

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ବାଘ ଆତଙ୍କ । ଗତ ସେପ୍ଟମ୍ବର ମାସରେ ଏହି ବନଖଣ୍ଡ ଅର୍ନ୍ତଗତ ଜଗନ୍ନାଥପ୍ରସାଦ ବନାଞ୍ଚଳରେ ଗୃହ ପାଳିତ ପଶୁ ମାନଙ୍କୁ ବାଘ ଆକ୍ରମଣ କରି ବନ ବିଭାଗର ନିଦ ହଜାଇ ଦେଇଛି । ବନଖଣ୍ଡ ଅର୍ନ୍ତଗତ ବାଇବାଲିରେ ଏକ ବାଛୁରୀକୁ ଆକ୍ରମଣ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ମୁଜାଗଡ ବନାଞ୍ଚଳର ବାଇବାଲି ସଂରକ୍ଷିତ ଜଙ୍ଗଲ ଭାଗ ନଂ ୪ରୁ ଏକ କଲରାପତରି ବାଘ ଏକ ବାଛୁରୀକୁ ଆକ୍ରମଣ କରି ମାରିଦେଇଛି । ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତ ଦୁର୍ଗମ ବାଇବାଲି ଗ୍ରାମର ହରିକୃଷ୍ଣ ସାହୁଙ୍କ ଏକ ବାଛୁରୀକୁ ବାଘ ଆକ୍ରମଣ କରିଥିବା ଜଣାପଡିଛି। ଏହାପରେ ଗ୍ରାମବାସୀ ମାନେ ଆତଙ୍କିତ ହୋଇପଡିଛନ୍ତି । ହରିକୃଷ୍ଣ ଗାଁ ନିକଟ ପଦର ମାଳରେ ଏକ ଗାଇ କୁଆଁର କରିଛନ୍ତି । ପ୍ରତିଦିନ ଭଳି ନିଜର ଗାଇ ଓ ବାଛୁରୀକୁ ସେଠାରେ ରଖିଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଭୋର୍ ସମୟରୁ ଏକ ବାଘ ଆସି ସେହି କୁଆଁର ଭିତରୁ ଏକ ଅଣ୍ଡିରା ବାଛୁରୀକୁ ଆକ୍ରମଣ କରିଥିଲା ।

ବାଛୁରୀଟିର ବେକରେ ଗଭୀର କ୍ଷତ ଚିହ୍ନ ଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଙ୍ଗୁଳି ଚିହ୍ନ ରହିଛି । ଏହା ଦେଖି ଗ୍ରାମବାସୀ ମାନେ ପାଟି କରିବାରୁ ବାଘଟି ଜଙ୍ଗଲ ମଧ୍ୟକୁ ଦୌଡି ପଳାଇଥିଲା। ଗ୍ରାମବାସୀମାନେ ଖବର ଦେବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ପରେ କଲରାପତରୀ ବାଘ ଆକ୍ରମଣରେ ବାଛୁରୀଟିର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି। ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ,ବାଇବାଲି ବନପାଳ ପ୍ରଶାନ୍ତ ନାୟକ ଓ ବନରଖି ଶରତ କୁମାର ବିଷୋୟୀ ଘଟଣାସ୍ଥଳରେ ପହଞ୍ଚି ବାଛୁରୀଟିର ଶବ ବ୍ୟବଚ୍ଛେଦ କରିବା ସହ ବାଘର ପାଦ ଚିହ୍ନ ସଂଗ୍ରହ କରି ଫେରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe