କନକ ବ୍ୟୁରୋ: ଜଙ୍ଗଲରେ କେତେ ସୁରକ୍ଷିତ ବାଘ, ଏହି ପ୍ରଶ୍ନ ପୁଣି ଥରେ ଉଠିଛି । ଯେତେବେଳେ ୩ ଟି ବାଘଛାଲ ଡିଲ୍ ବେଳେ ଜଣେ ବେପାରୀକୁ ଗିରଫ କରିଛି ଏସଟିଏଫ । ରାୟଗଡା-କୋରାପୁଟ ଜାତୀୟ ରାଜପଥ ନିକଟରେ ଡିଲ୍ ବେଳେ ବେପାରୀକୁ ଗିରଫ କରିବା ପରେ ୩ଟି ବାଘଛାଲ ଜବତ ହୋଇଛି । ତେବେ ପ୍ରଶ୍ନ ଉଠୁଛି ବାଘ ଛାଲ ଜବତ ହେଉଥିବା ବେଳେ ବାଘ ଶବ କାହିଁକି ମିଳୁନାହିଁ? ଶିକାରୀଙ୍କୁ ଖସାଇ ଦେଉଛି କିଏ? ବନ ବିଭାଗ କରୁଛି କ’ଣ? ବଡ଼ କଥା ହେଉଛି, ଗତ ୩ବର୍ଷରେ ୪୦ କଲରାପତରିଆ ବାଘଛାଲ, ୨ଟି ମହାବଳ ବାଘଛାଲ ଜବତ ହୋଇଛି ।
- ଜଙ୍ଗଲରେ ସୁରକ୍ଷିତ କି ବାଘ?
- ଛାଲ ମିଳୁଛି, ହେଲେ ଶବ ମିଳୁନି
- ଶିକାରୀଙ୍କୁ ଖସାଉଛି କିଏ?
ଗୋଟିଏ କି ଦୁଇଟି ନୁହେଁ ୩ ଟି ବାଘଛାଲ ଡିଲ୍ ବେଳେ ଜଣେ ବେପାରୀକୁ ଗିରଫ କରିଛି ଏସଟିଏଫ । ରାୟଗଡା-କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଡିଲବେଳେ ରାୟଗଡା ଟିକିରୀର ଡମ୍ବୁରୁଧର ମାଝିକୁ ଗିରଫ କରିବା ପରେ ତା ନିକଟରୁ ଜବତ ହୋଇଛି ୩ଟି ବାଘଛାଲ । ଏଭଳି ଭାବରେ ୨୦୨୦ରୁ ଆଜି ଯାଏଁ ୪୦ କଲରାପତରିଆ ବାଘଛାଲ, ୨ଟି ମହାବଳ ବାଘଛାଲ ଜବତ କରାଯାଇଛି ।
ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ବନବିଭାଗ । ହେଲେ ବଣରେ ବାଘ ସୁରକ୍ଷିତ ନୁହନ୍ତି । ଶିକାରୀମାନେ ଯେଉଁଭଳି ଭାବେ ଶିକାର କରୁଛନ୍ତି, ଲାଗୁଛି ହୁଏତ ଅଳ୍ପଦିନରେ ବାଘ ଆଉ ଦେଖିବାକୁ ମିଳିବନି । ବିଡମ୍ବନାର କଥା ହେଉଛି, ଶିକାରୀମାନେ ବେଧଡକ ଶିକାର କରୁଥିଲେ ମଧ୍ୟ ନା ବାଘଙ୍କ ମୃତଦେହ ମିଳୁଛି ନା ଶିକାରୀଙ୍କୁ ଧରାଯାଉଛି । କିନ୍ତୁ ବାଘଛାଲ ଡିଲ ବେଳେ ଏସଟିଏଫ ବେପାରୀଙ୍କୁ ଗିରଫ କରୁଛି । ଏଠାରେ ପ୍ରଶ୍ନ ଉଠୁଛି,
- କଣ କରୁଛି ବନବିଭାଗ?
- ଏସଟିଏଫ ଧରିପାରୁଛି, କିନ୍ତୁ ବନବିଭାଗ କାହିଁକି ନୁହେଁ?
- ଜଙ୍ଗଲ ଦାୟିତ୍ୱରେ ଥିବା ବନବିଭାଗ ଶିକାର ସମୟରେ କରୁଛି କଣ?
- କଟକଣା ସତ୍ତ୍ୱେ ଜଙ୍ଗଲ ଭିତରକୁ କିଭଳି ଯାଉଛନ୍ତି ଶିକାରୀ ?
- ବନବିଭାଗ କର୍ମଚାରୀ ଓ ଶିକାରୀଙ୍କ ମଧ୍ୟରେ ରହୁଛି କି ମଧୁଚନ୍ଦ୍ରିକା?
କିଛି ମାମଲାରେ ଶିକାରୀ ଧରାପଡୁଥିଲେ ବି କୋହଳ ଦଫା ଯୋଗୁଁ ବେଲ୍ ପାଇ ପୁଣି ସକ୍ରିୟ ହୋଇପଡୁଛନ୍ତି ଶିକାରୀ । ଆଉ ବନବିଭାଗର କାମ କରୁଛି ଏସଟିଏଫ । ତାହା ହେଲେ ବନ ବିଭାଗର କାମ କଣ ବୋଲି ପ୍ରଶ୍ନ ଉଠୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/05/7PM-7-8.jpg)