ଖଣ୍ଡଗିରି ଅଂଚଳରେ ବାଘ ଛାଲ ଜବତ ସହ ଜଣକୁ ଗିରଫ କଲା କ୍ରାଇମବ୍ରାଂଚ ଏସଟିଏଫ; ଅଭିଯୁକ୍ତ ଡ୍ରାଇଭର କହିଲା, ଜଣେ ଠିକାଦାରଙ୍କ ପାଇଁ ନେଉଥିଲେ ଛାଲ

174

କନକ ବ୍ୟୁରୋ: ବାବୁଙ୍କ ପାଇଁ ବାଘଛାଲ । ରାଜଧାନୀରୁ ବାଘ ଛାଲ ରାକେଟ୍ ଧରିପଡିବା ପରେ ଅଭିଯୁକ୍ତ ପ୍ରତିକ୍ରିୟା ରଖିଛନ୍ତି । ଅଜିତ ଦାସ ନାମକ ଜଣେ ଠିକାଦାରଙ୍କ ପାଇଁ ବାଘଛାଲ ନେଉଥିଲେ । ଅଭିଯୁକ୍ତ ଜଣକ ହେଉଛନ୍ତି ଡ୍ରାଇଭର । ଏଥିରେ ଅନ୍ୟ ଜଣେ ଡ୍ରାଇଭରଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ ସେ କହିଛନ୍ତି । ଖଣ୍ଡଗିରି ଅଂଚଳରୁ ବାଘ ଛାଲକୁ ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ୍ ।

କଲରାପତରିଆ ବାଘ ଛାଲକୁ ୩ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ୍ ହୋଇଥିଲା । ବାଘ ଛାଲ ବିକ୍ରି ଘଟଣାରେ ଜଣକୁ ଗିରଫ କରିଛି ଏସଟିଏଫ୍ ଟିମ୍ । ବାଘ ଟିକୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ବାଘଟିର ବୟସ ୫ରୁ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହା ପଛରେ କୌଣସି ରାକେଟ୍ କାମ କରୁଛି କି ନାହିଁ ଅଧିକ ପଚରାଉଚରା ଚଳାଇଛି କ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ ।