କନକ ବ୍ୟୁରୋ : ପାଇଖାନାରେ ଲୁଚାଇ ରଖିଥିଲେ ବାଘ ଛାଲ । ବିକ୍ରି ପାଇଁ ଡିଲ୍ ବେଳେ ବନ ବିଭାଗର ଚଢାଉ । ବାଘ ଛାଲ ଜବତ ସହ ୨ ଜଣଙ୍କୁ ଗିରଫ କଲା ବନ ବିଭାଗ । ଦେବଗଡ଼ ବନଖଣ୍ଡ ରିଆମାଳ ଫରେଷ୍ଟ ରେଂଜ ପଳସମା ସେକ୍ସନ ଶିମିଳହତା ଗାଁର ପାଣ୍ଡବ ପ୍ରଧାନଙ୍କ ଘରେ ଡିଲ୍ ଚାଲିଥିବା ବେଳେ ଚଢାଉ କରିଥିଲା ବନବିଭାଗର ସ୍ପେଶାଲ ସ୍କ୍ୱାର୍ଡ । ପାଣ୍ଡବ ପ୍ରଧାନ ଓ କୁଶକଲିଆ ଗାଁର ୫୫ ବର୍ଷୀୟ ପ୍ରହଲ୍ଲାଦ ପରିଡ଼ାଙ୍କୁ ଗିରଫ କରାଯାଇଛି । ଅନ୍ୟ କିଛି ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ବାଘ କେଉଁଠି ଶୀକାର କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us