ଭବାନୀପାଟଣାରୁ ହାତୀ ଦାନ୍ତ ଓ ବାଘ ଛାଲ ଜବତ । ବେପାରୀ ବେଶରେ ଯାଇ ୩ ଜଣଙ୍କୁ ଗିରଫ କଲା ଏସଟିଏଫ

କେଉଁଆଡକୁ ହେଉଥିଲା ଚାଲାଣ ତଦନ୍ତ ଜାରି

417

କନକ ବ୍ୟୁରୋ: ଭବାନୀପାଟଣାରୁ ହାତୀ ଦାନ୍ତ ଓ ବାଘ ଛାଲ ଜବତ । ହାତୀ ଦାନ୍ତ ଓ ବାଘ ଛାଲ ଚାଲାଣ କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ତେବେ କୁଆଡେ ଓ କେଉଁ ଉଦେଶ୍ୟରେ ଏହି ବାଘ ଛାଲ ଓ ହାତୀ ଦାନ୍ତ ନିଆଯାଉଥିଲା ସେ ନେଇ ତଦନ୍ତ ଜାରି ରହିଛି ।

ବେଶ କିଛିଦିନ ହେବ ରାଜ୍ୟ ତଥା ରାଜ୍ୟ ବାହାରକୁ ବିଭନ୍ନ ସମୟରେ ହାତୀଦାନ୍ତ ଓ ବାଘ ଛାଲର ଚୋରା ଚାଲାଣରେ ସକ୍ରିୟ ରହିଥିବା ଏକ ରାକେଟ ସଂପର୍କରେ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ ଟିମକୁ ଖବର ମିଳିଥିଲା। ଏନେଇ ଆଜି ରାକେଟକୁ ଧରିବାଲାଗି କ୍ରାଇମବ୍ରାଞ୍ଚ ଟିମ ଗ୍ରାହକ ହୋଇ ସେଠାରେ ପହଞ୍ଚିଥିଲା । କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଗ୍ରାହକ ହୋଇ ବାଘ ଛାଲ କିଣିବାକୁ ଚୋରା ବ୍ୟବସାୟୀଙ୍କ ପାଖେ ପହଞ୍ଚି ସେମାନଙ୍କୁ ଧରିଥିଲା। ଏହି ରାକେଟର ୩ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ସେମାନଙ୍କୁ ପଚରାଉଚରା କରାଯାଇ ଅଧିକ ତଥ୍ୟ ହାସଲ କରାଯିବାର ମିଳିଛି।