ଥଲପତି ବିଜୟଙ୍କ ଫିଲ୍ମ ‘ଲିଓ’ ସାରାବିଶ୍ବରେ ୧୧୫.୯୦ କୋଟି ଟଙ୍କାର ଓପନିଙ୍ଗ କରିଛି । ତାମିଲ ସିନେ ଜଗତର ଏହା ତୃତୀୟ ଚଳଚ୍ଚିତ୍ର ଯାହା ରିଲିଜ ଦିନ ୧୦୦ କୋଟି ପାର କରିପାରିଛି । ଟ୍ରେଡ ଏକ୍ସପର୍ଟ ରମେଶ ବାଲା ଟୁଇଟ କରି କହିଛନ୍ତି କି ଲିଓ ହିନ୍ଦୀରେ ପ୍ରଥମ ଦିନ ୨.୭୫ କୋଟି କଲେକ୍ଶନ କରିଛି । ଫିଲ୍ମକୁ ଭଲ ରେସପନ୍ସ ମିଳିଛି ।

Advertisment

ସାଉଥର ସୁପରଷ୍ଟାର ବିଜୟଙ୍କ ଫିଲ୍ମ ‘ଲିଓ’ ସିନେମାହଲରେ ଧୂମ ମଚେଇବାକୁ ଲାଗିଛି । ବିଜୟଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମଦିନ ହିଁ ୧୦୦ କୋଟି ପାର କରିଦେଇଛି । ଟ୍ରେଡ ଆନାଲିଷ୍ଟ ମନୋବାଲା ବିଜୟବାଲନଙ୍କ ଅନୁସାରେ ‘ଲିଓ’ ସାରା ବିଶ୍ବରେ ୧୧୫.୯୦  କୋଟି ରୋଜଗାର କରିଛି । ପ୍ରଥମଦିନରେ ୧୦୦ କୋଟି ରୋଜଗାର କରିଥିବା କ୍ଲବରେ ‘ଲିଓ’ ସାମିଲ ହେଇଛି । ଏହି କ୍ଲବରେ ଆଗରୁ ‘ଆରଆରଆର’, ‘ବାହୁବଳୀ-୨’, ‘କେଜିଏଫ-୨’, ‘ସାହୋ’, ‘ପଠାନ’, ଆଦିପୁରୁଷ-୨’, ‘ଯବାନ’ ଅଛନ୍ତି ।