କନକ ବ୍ୟୁରୋ: ଲେମ୍ବୁ ବି କହିଲାଣି ମୋତେ ଛୁଅଁନା । ଖଟା ହେଲେ ବି ମୋ ଭାଉ କମ୍ ନୁହଁ । ଓଡିଶାରେ ଲେମ୍ବୁ ଗୋଟା ୮ଟଙ୍କା ହୋଇଥିବାବେଳେ ଗୁଜୁରାଟରେ କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ର ହେଉଛି । ଲେମ୍ବୁ ଯୋଗାଣରେ ଘୋର ଅଭାବ ହୋଇଥିବାରୁ ଗୁଜୁରାଟରେ ଏଭଳି ପରିସ୍ଥିତି ଉପୁଜୁଛି । ପୂର୍ବରୁ ଲେମ୍ବୁ କିଲୋ ପ୍ରତି ୫୦ରୁ ୬୦ ଟଙ୍କା ଥିବାବେଳେ ଏବେ ଏହା ଆକାଶଛୁଆଁ ହୋଇଛି ।
ଅର୍ଥାତ୍ ଲେମ୍ବୁ ଦର କଥରେ ଡବଲ ସେଞ୍ଚୁରୀ ମାରିଛି । ଜଣେ ଗ୍ରାହକ କହିଛନ୍ତି ଯେ, ଲେମ୍ବୁ ଦର ଆମ ବଜେଟ ବାହାରକୁ ଚାଲିଯାଇଛି । ଖରାଦିନ ହୋଇଥିବାରୁ ତାତି ବଢୁଛି । ଫଳରେ ଲେମ୍ବୁର ଚାହିଦା ବି ବଢୁଛି । ଲୋକେ ନିଜ ଖାଦ୍ୟରେ ଲେମ୍ବୁକୁ ସାମିଲ କରୁଛନ୍ତି । ହେଲେ ଚାହିଦା ଅନୁସାରେ ଯୋଗାଣ ହୋଇପାରୁନଥିବାରୁ ଲେମ୍ବୁ ଦର ହୁହୁ ହୋଇ ବଡୁଛି । କେବଳ ଲେମ୍ବୁ ନୁହଁ ପରିବା ଦରରେ ମଧ୍ୟ ନକହିବା ଭଲ । ତଥାପି ଗ୍ରୀଷ୍ମଦିନେ ଲେମ୍ବୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହାର ଡିମାଣ୍ଡ ଅଧିକ । ଦର ଏତେ ଅଧିକ ହୋଇଯାଇଛି ଯେ, ଜଣେ ମଧ୍ୟବିତ୍ତ ଲୋକ ଏହାକୁ କିଣିବାକୁ ଅସମର୍ଥ ହୋଇଥିବା ଗ୍ରାହକ କହିଛନ୍ତି । ଏପରିକି ମାର୍ଚ୍ଚ ମାସରେ ଯାହା ଦର ଥିଲା ତାହା ଏବେ ଦ୍ୱିଗୁଣିତ ହୋଇଛି ।