ରୋଜଗାର ଦେଉଛି ଲେମନ ଗ୍ରାସ୍ ତେଲ । ବେଆଇନ୍ ଗଂଜେଇ ଚାଷରୁ ମୁହଁ ଫେରାଇ ଲେମନ ଗ୍ରାସ୍ ଚାଷ କରୁଛନ୍ତି ସ୍ୱାଭିମାନ ଅଂଚଳବାସୀ
କନକ ବ୍ୟୁରୋ : ରୋଜଗାର ଦେଉଛି ଲେମନ ଗ୍ରାସ୍ ତେଲ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଏବେ ଆଉ ବେଆଇନ ଗଂଜେଇ ଚାଷ ନୁହେଁ ଲେମନ ଗ୍ରାସ୍ ତେଲ ଦଊଛି ଚାଷିଙ୍କୁ ରୋଜଗାର । ଆଇଟିଡିଏ ସଂସ୍ଥା ପକ୍ଷରୁ ଦୁଇ ବର୍ଷ ତଳେ ପାପରମେଟଲା ପଂଚାୟତର ତଣ୍ଠାଗୁଢ଼ା, ଯନ୍ତାପାଇ, ଲାଉଗୁଢା ଆଦି ଅଂଚଳକୁ ଲେମନ ଗ୍ରାସ ଚାଷ ପାଇଁ ଚାଷିଙ୍କୁ ଚାରା ଯୋଗାଇ ଦେଇଥିଲା । ଘାସରୁ ତେଲ ଉତ୍ପାଦନ କରିବା ପାଇଁ ତୈଳ ଉତ୍ôପାଦନ ପ୍ରୋସେସିଙ୍ଗ ୟୁନିଟର ମଧ୍ୟ ସ୍ଥାପନ କରିଥିଲା ସଂସ୍ଥା । ଏବେ ଫସଲ ଅମଳ ହେବା ପରେ ଜମିରୁ ଘାସ ଗୁଢିକୁ କାଟି ଆଣି ପ୍ରୋସେସିଙ୍ଗ ୟୁନିଟରେ ତେଲ ପ୍ରସ୍ତୁତ କରୁଛନ୍ତି ଚାଷି ।

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଶାସନ ତରଫରୁ ଚାଷିଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ଏହି ଅଂଚଳର ଚାଷି ମାନେ ପ୍ରାୟ ୨୦ ଏକର ଜମିରେ ଏବେ ଲେମନ ଗ୍ରାସ୍ ଚାଷ କରିଛନ୍ତି । ଲେମସ ଗ୍ରାସରୁ ସାଧାରଣତଃ ସୁଗନ୍ଧିତ ତୌଳ ବାହାର କରାଯାଏ । ଏହି ତେଲ କସମେଟିକ ସାମଗ୍ରୀ ଓ ଫାର୍ମା କମ୍ପାନୀରେ ବ୍ୟବହାର କରାଯାଇଥାଏ । ଏହି ତେଲର ଦର ୧୨୦୦ ରୁ ୧୩୦୦ ଟଙ୍କା ପର୍ଯ୍ୟନ୍ତ ବଜାରରେ ବିକ୍ରି ହୋଇଥାଏ । ଲେମନ ଗ୍ରାସ୍ ଏକ ଲାଭ ଦାୟକ ଚାଷ ହୋଇଥିବାରୁ ଚାଷି ଏହି ଚାଷ କରିବା ପାଇଁ ମନ ବଳାଉଛନ୍ତି ।
ଜମିରେ ଥରେ ଏହି ଚାଷ ହେଲେ ଚାଷିଙ୍କୁ ପାଖାପାଖି ୮ ବର୍ଷ ପର୍ଯ୍ୟନ୍ତ ଲାଭ ମିଳିଥାଏ । ଚାଷୀ ମାନେ ଏହି ଚାଷକୁ ବେଶ ଉତ୍ସାହର ସହ କରୁଥିବା ବେଳେ ବିକ୍ରିବଟା ପାଇଁ ଭଲ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ତେବେ ପ୍ରଶାସନ ତରଫରୁ ଲେମନ ଗ୍ରାସ୍ ତେଲ ବିକ୍ରୟ ପାଇଁ ବଜାରର ବ୍ୟବସ୍ଥା ଗଲେ ଅନେକ ଚାଷୀ ଉପକୃତ ହୋଇପାରନ୍ତେ ।
ପାରମ୍ପରିକ ଚାଷ ଅପେକ୍ଷା ଏଭଳି ଏକ ନୂଆ ପ୍ରକାରର ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଏଟିଛନ୍ତି ଚିତ୍ରକୋଣ୍ଡା ଅଂଚଳର ଚାଷୀ ।