ମମିତା ମେହେର ହତ୍ୟାକାଣ୍ଡ ମାମଲା : ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର, କହିଲେ ‘ଗୃହମନ୍ତ୍ରୀଙ୍କୁ ଖସାଇ ଦେବାକୁ ଚାହୁଁଛି ପୋଲିସ’

141

କନକ ବ୍ୟୁରୋ : ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର । ପୁଣି ଥରେ ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି । ହତ୍ୟାକଣ୍ଡର ଆଜିକୁ ୧୩ ଦିନ ପୁରିଲାଣି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଆଗକୁ ଆସିଛି । ହେଲେ ଡିଆଇଜି ଗୋଟେ କାହାଣୀ ଆସିକି କହିଲେ । ଯେ କେବଳ ଗୋବିନ୍ଦ ହିଁ ଅଭିଯୁକ୍ତ, କିନ୍ତୁ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ପୋଲିସ କାହିଁ ତଦନ୍ତ ପରିସର ଭୁକ୍ତ କରୁନାହିଁ । ପୋଲିସ ବିଭାଗୀୟ ମନ୍ତ୍ରୀଙ୍କୁ ଖସାଇବାକୁ ଉଦ୍ୟମ କରୁଛି ।

ମମିତା ମେହେର ବଲାଙ୍ଗୀରର ଝିଅ । ସେ କଳାହାଣ୍ଡିରେ ଚାକିରି କରୁଥିଲା । ଏଭଳି ଜଣେ ପ୍ରତିଭାବାନ୍ ବ୍ୟକ୍ତିତ୍ୱକୁ ହତ୍ୟା କରାଯାଇଛି । ଯେଭଳି ତାଙ୍କୁ ଜଘନ୍ୟଭାବେ ହତ୍ୟା କରାଗଲା , ସାତଫୁଟ ତଳେ ପୋତିଦେବା ଅତ୍ୟନ୍ତ ନିନ୍ଦନୀୟ । ମମିତାଙ୍କ ପରିବାର ସିଧାସଳଖ କହୁଛି, ମନ୍ତ୍ରୀ ଦିବ୍ୟଶଙ୍କର ଗୋବିନ୍ଦଙ୍କ ସହ ସମ୍ପର୍କ ଥିଲା । ସେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ରୀତିମତ କଲେକୁ ଆସୁଥିଲେ ମନ୍ତ୍ରୀ, ରାତ୍ରୀଯାପନ କରୁଥିଲେ । ତଥାପି ମମିତା ଘଟଣାରେ ଅଭିଯୁକ୍ତଙ୍କ କଥାକୁ ବିଶ୍ଵାସ କଲା ପୋଲିସ ହେଲେ ମମିତାଙ୍କ ପରିବାର ଲୋକ ଅଭିଯୋଗ ଶୁଣୁନି ।

ବହୁ ଦିନ ଧରି ରାଜ୍ୟରେ ତାର ଉଦାହରଣ ଅଛି । ନୟାଗଡ ପରୀ ମାମଲାରେ ବି ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଆସିଲା ହେଲେ ପୋଲିସ ୫ ମାସ ଚୁପ୍ ରହିଲା ବିଧାନସଭା ସାମ୍ନାରେ ଆତ୍ମାହୂତି ଉଦ୍ୟମ ପରେ ଏସଆଇଟି ଗଠନ ହେଲା । ମାହାଙ୍ଗା ଡବଲ ମର୍ଡ଼ରରେ ମନ୍ତ୍ରୀ ପ୍ରତାପ ଜେନା ନାଁ ଆସିଲା କିନ୍ତୁ ପୋଲିସ କିଛି କଲା ନାହିଁ ତାଙ୍କୁ ଖସାଇ ଦେଲା । ଏଥିରୁ ପ୍ରମାଣିତ ପୋଲିସ ହାତ ବାନ୍ଧି ଛିଡ଼ା ହୋଇଛି । ତେଣୁ ଆମେ ସିବିଆଇ ତଦନ୍ତ ଦାବୀ କରୁଛୁ । ଆମେ ଓଡିଶା  ପୋଲିସର ଦକ୍ଷତାକୁ ନେଇ ପ୍ରଶ୍ନ କରୁନୁ ଆମେ ରାଜ୍ୟ ସରକାରଙ୍କ ଉଦେଶ୍ୟକୁ ନେଇ ପ୍ରଶ୍ନ କରୁଛୁ ।

ମମିତାଙ୍କ ଘଟଣାରେ ପୋଲିସ ପ୍ରଥମେ ସାଙ୍ଗେ ସାଙ୍ଗେ କାହିଁ ମାମଲା ରୁଜୁ କଲା ନାହିଁ । ସଂଗୀନ ଦଫା ସାତ୍ତ୍ଵେ ବି ୪ ଦିନ ହେଲା ଗିରଫ ନ କରି, କୋର୍ଟ ଚାଲାଣ ନକରି କାହିଁକି ବାରାକ ରେ ରଖାଗଲା । ଆଉ ସେଠି କାହା ଇଙ୍ଗିତରେ ଗୋବିନ୍ଦଙ୍କୁ ଖସାଇ ଦିଆଗଲା । ପୋଲିସ  ମୃତଦେହ ଆଉ ପାଉଁଜି ପାଖରେ କେମିତି ପହଞ୍ଚିଲା । ଏଠି ଯାତ୍ରା ଚାଲିଛି ନା ତଦନ୍ତ ଚାଲିଛି । ପୁଣି ଥରେ  ସିବିଆଇ ତଦନ୍ତ ଦାବୀ ଉଠାଇଲା ବିଜେପି ଏବଂ ମନ୍ତ୍ରୀଙ୍କ ଇସ୍ତଫା, ଏହାସହ ରାଜ୍ୟର ସମସ୍ତ ମହିଳାଙ୍କୁ ସ୍ୱର ଉତ୍ତୋଳନ କାରିବାକୁ ଆହ୍ଵାନ ଦେଲା ବିଜେପି ।