ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପିକୁ ଘେରିଲେ ବିଜେଡି ନେତ୍ରୀ ଲେଖାଶ୍ରୀ । କହିଲେ ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ସରକାର ଥିବା ବେଳେ କାହିଁକି ବିଜେପି ଉଠାଇଲା ନାହିଁ ଏହି ପ୍ରସଙ୍ଗ

Advertisment
ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପିକୁ ଘେରିଲେ ବିଜେଡି ନେତ୍ରୀ ଲେଖାଶ୍ରୀ । କହିଲେ ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ସରକାର ଥିବା ବେଳେ କାହିଁକି ବିଜେପି ଉଠାଇଲା ନାହିଁ ଏହି ପ୍ରସଙ୍ଗ

କନକ ବ୍ୟୁରୋ : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନେତାମାନଙ୍କ ମଧ୍ୟରେ ବୟାନବାଜୀ ସେତେ ତୀବ୍ର ହେବାରେ ଲାଗିଛି । କିଛିଦିନ ହେବ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ ବିଜେପି ବିଜେଡିକୁ ଟାର୍ଗେଟ କରୁଥିଲା । ଆଜି କନ୍ଧମାଳ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିଥିଲେ । ଏହାପରେ ଏହି ପ୍ରସଙ୍ଗରେ ଜବାବ ରଖିଛନ୍ତି ବିଜେଡି ନେତ୍ରୀ ତଥା ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ।

ରତ୍ନଭଣ୍ଡାର ନେଇ ମୋଦି ରଖିଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ରାଜନୈତକ ଫାଇଦା ପାଇଁ ବିଜେପି ଏହି ପ୍ରସଙ୍ଗ ଉଠାଇଛି । ୪୦ ବର୍ଷ ତଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ବିଶ୍ୱଭୂଷଣ ହରିଚନ୍ଦନ, ମନମୋହନ ସାମଲ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାରକୁ ଖୋଲିନଥିଲେ । ବିଜେପି ନେତାଙ୍କ ମନୋବଳ ବଢାଇବା ପାଇଁ ଏହା ଏକ ଉଦ୍ୟମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe