କନକ ବ୍ୟୁରୋ : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନେତାମାନଙ୍କ ମଧ୍ୟରେ ବୟାନବାଜୀ ସେତେ ତୀବ୍ର ହେବାରେ ଲାଗିଛି । କିଛିଦିନ ହେବ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ ବିଜେପି ବିଜେଡିକୁ ଟାର୍ଗେଟ କରୁଥିଲା । ଆଜି କନ୍ଧମାଳ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିଥିଲେ । ଏହାପରେ ଏହି ପ୍ରସଙ୍ଗରେ ଜବାବ ରଖିଛନ୍ତି ବିଜେଡି ନେତ୍ରୀ ତଥା ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ।

Advertisment

ରତ୍ନଭଣ୍ଡାର ନେଇ ମୋଦି ରଖିଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ରାଜନୈତକ ଫାଇଦା ପାଇଁ ବିଜେପି ଏହି ପ୍ରସଙ୍ଗ ଉଠାଇଛି । ୪୦ ବର୍ଷ ତଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ବିଶ୍ୱଭୂଷଣ ହରିଚନ୍ଦନ, ମନମୋହନ ସାମଲ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାରକୁ ଖୋଲିନଥିଲେ । ବିଜେପି ନେତାଙ୍କ ମନୋବଳ ବଢାଇବା ପାଇଁ ଏହା ଏକ ଉଦ୍ୟମ ।