କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ରାଜନୀତିର ପାରା ଉପରକୁ ଚଢିଛି । ବିଜେଡି ମେମ୍ବରସିପ୍ ଡ୍ରାଇଭ ଜାରି ରଖିଥିବା ବେଳେ ବିଜେପି ମଧ୍ୟ ସମାନ ଢଙ୍ଗରେ ତୃଣମୂଳସ୍ତରରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ପ୍ରତ୍ୟେକ ଘର, ବୁଥ୍ ଓ ପରିବାରରେ ପହଞ୍ଚିବାର ପ୍ରକ୍ରିୟା ବିଜେପି ଚଳାଇଛି । ଓଡ଼ିଶାର କୋଟିଏ ପରିବାର ପାଖରେ ଆମେ ପହଁଚିବୁ ଏବଂ ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତାର ଗାଥା ଶୁଣେଇବୁ ।  ଓଡିଶାରେ କଣ ଚାଲିଛି ସେ କଥା ଘରେ ଘରେ ପହଞ୍ଚେଇବୁ । ଏଠି କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ହେଲା ଆଜି ଯାଏଁ ସରକାର ତାର ଟେର ପାଇଲେ ନାହିଁ, କେବଳ ଲୁଚେଇବା ପାଇଁ କ୍ରାଇମବ୍ରାଞ୍ଚ ହାତକୁ କେସ ଦିଆଯାଉଛି । ଏହା ଘରେ ଘରେ ଚର୍ଚ୍ଚା ହେଉଛି । ଆମ କାମ ହେଲା ଓଡିଶାବାସୀଙ୍କ ମନରେ ଯେଉଁ ଅସନ୍ତୋଷ ରହିଛି ଏବଂ ଓଡିଶାକୁ ବିକଶିତ ରାଜ୍ୟ କରିବାକୁ ଆଶା ଆକାଂକ୍ଷା ରହିଛି ସେଥିରେ ଆମେ ତାଙ୍କୁ ସହଯୋଗ କରିବୁ ଏବଂ ଓଡିଶାବାସୀ ତାର ଜବାବ ରଖିବେ ।

Advertisment

ବିଜୁ ଜନତା ଦଳ ନିର୍ବାଚନ କେମିତି ଜିତେ ତାହା ସମସ୍ତଙ୍କୁ ଜଣା । ତାଙ୍କର କାର୍ଯ୍ୟକର୍ତା କେହି ନାହାନ୍ତି, ସରକାରୀ କଳକୁ ଅପବ୍ୟବହାର କରି ନିର୍ବାଚନ ଜିତନ୍ତି । ହେଲିକପ୍ଟରରେ ବୁଲି ବୁଲି ୫-ଟି ସଚିବ ସରକାରୀ କର୍ମଚାରୀଙ୍କୁ ବସେଇକି ବୈଠକ କରି ନିର୍ବାଚନ କେମିତି ଜିତିବ ଟାର୍ଗେଟ ରଖୁଛନ୍ତି ।

ଆମେ ସଙ୍ଗଠନ ଆଧାରିତ, କର୍ମକର୍ତା ଆଧାରିତ ଦଳ ।ପ୍ରତି ବୁଥକୁ ମଜବୁତ କରିବା ଆମର ଫୋକସ । ଜନତା ଯାହାକୁ ଚାହିଁବେ ତାକୁ ସରକାରରେ ବସେଇବେ । କିନ୍ତୁ ସଂଗଠନକୁ ମଜବୁତ, ଜନତାଙ୍କ ସମସ୍ୟାଙ୍କୁ ସମାଧାନ କରିବା ଆମ ଫୋକସ ।ପ୍ରତ୍ୟେକ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ଆମର ପ୍ରାଥମିକତା ବୋଲି ଲେଖାଶ୍ରୀ କହିଛନ୍ତି ।