ଶଙ୍ଖ ଧରିଲେ ଲେଖାଶ୍ରୀ । ୨ ଘଣ୍ଟା ପୂର୍ବରୁ ଛାଡିଥିଲେ ବିଜେପି ।

1,513

କନକ ବ୍ୟୁରୋ: ବିଜେପିକୁ ଆଉ ଏକ ବଡ ଝଟକା ଅନ୍ୟପଟେ ବିଜେଡି ପାଇଁ ଖୁସି । କାରଣ ଆଜି ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ନିଷ୍ଠାର ସହ ଦଳ ପାଇଁ କାମ କରିବା ପରେ ବି ଦଳରୁ ଟିକେଟ୍ ନମିଳିବାକୁ ନେଇ ସେ ଦଳ ଛାଡିଥିବା କହିଥିଲେ ।

୧୦ ବର୍ଷ ତଳେ ଅଧ୍ୟାପନା ଛାଡି ବିଜେପିରେ ଯୋଗ ଦେଇଥିଲେ ଲେଖାଶ୍ରୀ । ଦଳର ସେ ରାଜ୍ୟ ଉପସଭାପତି ସହ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ମୁଖ୍ୟ ଥିଲେ । ଏହା ମଧ୍ୟରେ ରାଜ୍ୟରେ ପରି ଓ ମମିତା ମେହେର ଭଳି ବିବାଦୀୟ ମାମଲାରେ ସରକାରଙ୍କୁ ଘେରିଥିଲେ ।

ତେବେ ଲେଖାଶ୍ରୀ ଗତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ ବି ତାଙ୍କୁ ଟିକେଟ୍ ମିଳିନଥିଲା । ୨୦୨୪ ନିର୍ବାଚନ ପାଇଁ ମଧ୍ୟ ତାଙ୍କୁ ଦଳ ଟିକେଟ୍ ଦେଲାନାହିଁ । ଫଳରେ ସେ ଦଳ ଛାଡିଥିବା କୁହାଯାଉଛି ।