କ୍ୟାବିନେଟ୍ ନିଷ୍ପତ୍ତିକୁ ଲେଖାଶ୍ରୀଙ୍କ କାଉଣ୍ଟର । ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ ନିଷ୍ପତ୍ତିକୁ ବିରୋଧ କଲେ ବିଜେପି ନେତ୍ରୀ

218

କନକ ବ୍ୟୁରୋ: କ୍ୟାବିନେଟ ନିଷ୍ପତ୍ତି ନେଇ ରାଜ୍ୟସରକାରଙ୍କୁ ପ୍ରଶ୍ନ କଲେ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର । କ୍ୟାବିନେଟରେ ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ ନିଷ୍ପତି ନେଇ ଆପତ୍ତି ଉଠାଇଛନ୍ତି ଲେଖାଶ୍ରୀ । ସରକାରୀ ସ୍କୁଲ ପାଇଁ ରାଜ୍ୟ ସରକାର କଣ ବ୍ୟବସ୍ଥା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ପୂର୍ବରୁ ଓବିସି ଓ ଏସସିବସିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଅଛି । ଏହାକୁ ରାଜ୍ୟ ସରକାର ଲାଗୁ କରିନାହାନ୍ତି । ଏବେ ଏକ ନୂଆ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣୀୟ ନୁହେଁ ବୋଲି ଲେଖାଶ୍ରୀ କହିଛନ୍ତି । ସରକାରୀ ସ୍କୁଲର ଭିତିଭୂମୀ କେତେ ସମୟପଯୋଗୀ ତାହାର ଯାଂଚ ସହିତ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି ।