୬୦ ବର୍ଷରୁ ଅଧିକ ବୟସର ବିଧାୟକଙ୍କୁ ବିଧାନସଭା ଅନୁମତି ଦିଆଯାଉ : ସୁର ରାଉତରାୟ

Advertisment
ଏକାମ୍ରକାନନ ଫାର୍ମର ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ପ୍ରସଙ୍ଗ । ସରକାରଙ୍କ ନିଷ୍ପତିକୁ କଂଗ୍ରେସର ବିରୋଧ । ନିଷ୍ପତି ପ୍ରତ୍ୟାହାର ନହେଲେ, ଲୋକସେବ ଭବନ ଘେରିବା ପାଇଁ ଧମକ ଦେଲେ ବିଧାୟକ ସୁର ରାଉରତରାୟ-ସ୍ୱର ମିଳାଇଲା ବିଜେପି । ଜବାବ ରଖିଲା ବିଜେଡି

କନକ ବ୍ୟୁରୋ : ୬୦ ବର୍ଷରୁ ଅଧିକ ବୟସର ବିଧାୟକଙ୍କୁ ବିଧାନସଭା ଅନୁମତି ଦିଆଯାଉ । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ଖାଲି ସେତିକି ନୁହେଁ, ବିଧାନସଭା ବର୍ଜନ କରିବାକୁ ସେ ଚେତାବନୀ ଦେଇଛନ୍ତି । ସୁର କହିଛନ୍ତି, ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ଲୋକଙ୍କ ସମସ୍ୟା ବିଧାନସଭାରେ ଉପସ୍ଥାପନ କରିବାକୁ ନଦେବା ଅଗଣତାନ୍ତ୍ରିକ ।

ତେବେ ବିଧାନସଭା ୨୯ ରୁ ଆରମ୍ଭ ହେବାକୁ ଯାଉଛି । ଅନେକ ଦୃଷ୍ଟି କୋଣରୁ ଚଳିତ ଥର ବିଧାନସଭା ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । କରୋନାକୁ ଦୃଷ୍ଟିରେ ରଖି ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକଙ୍କୁ ଗୃହକୁ ନଆସିବାକୁ ପରାମର୍ଶ ଦେଇଛନ୍ତି ବାଚସ୍ପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe