କନକ ବ୍ୟୁରୋ : ୬୦ ବର୍ଷରୁ ଅଧିକ ବୟସର ବିଧାୟକଙ୍କୁ ବିଧାନସଭା ଅନୁମତି ଦିଆଯାଉ । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ଖାଲି ସେତିକି ନୁହେଁ, ବିଧାନସଭା ବର୍ଜନ କରିବାକୁ ସେ ଚେତାବନୀ ଦେଇଛନ୍ତି । ସୁର କହିଛନ୍ତି, ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ଲୋକଙ୍କ ସମସ୍ୟା ବିଧାନସଭାରେ ଉପସ୍ଥାପନ କରିବାକୁ ନଦେବା ଅଗଣତାନ୍ତ୍ରିକ ।
ତେବେ ବିଧାନସଭା ୨୯ ରୁ ଆରମ୍ଭ ହେବାକୁ ଯାଉଛି । ଅନେକ ଦୃଷ୍ଟି କୋଣରୁ ଚଳିତ ଥର ବିଧାନସଭା ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । କରୋନାକୁ ଦୃଷ୍ଟିରେ ରଖି ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକଙ୍କୁ ଗୃହକୁ ନଆସିବାକୁ ପରାମର୍ଶ ଦେଇଛନ୍ତି ବାଚସ୍ପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/sura.jpg)