କନକ ବ୍ୟୁରୋ : କଟକ ବାରବାଟୀ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେବ ଲିଜେଣ୍ଡସ ଲିଗ୍ କ୍ରିକେଟ୍ । ଆଜି ମଣିପାଲ ଟାଇଗର୍ସକୁ ଭେଟିବ ଭିଲୱାରା କିଙ୍ଗସ୍ । ଉଭୟ ଦଳ​ରେ ବହୁ ତାରକା ସ୍ଥାନ ପାଇଛନ୍ତି। ଇର୍ଫାନ ଫଠାନ, ୟୁସୁଫ ଫଠାନ, ଶ୍ରୀଶାନ୍ତ, ମଣ୍ଟି ପାନେସର, ବ୍ରେଟ ଲି, ହରଭଜନ ସିଂହ, ମହମ୍ମଦ କୈଫ, ମୁଥୟା ମୁରଲୀଧରନ ଭଳି ଚର୍ଚ୍ଚିତ ତାରକା ସେମାନଙ୍କର ଚମକପ୍ରଦ ଖେଳ ପ୍ରଦର୍ଶନ କରିବେ । ହେଲେ ବହୁ ଚର୍ଚ୍ଚିତ କ୍ରିକେଟ ତାରକାମାନଙ୍କୁ ଦେଖିବାକୁ ଦର୍ଶକମାନଙ୍କ ମଧ୍ୟରେ ସେତେଟା ଉତ୍ସାହ ନାହିଁ । ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ରେ ଗୋଟିଏ ଦିନରେ ଟିକେଟ୍ ବିକ୍ରି ହେଉଥିବା ବେଳେ ଏଲ୍‌ଏଲ୍‌ସି ପାଇଁ ସଂପୂର୍ଣ୍ଣ ଟିକେଟ୍ ବିକ୍ରି ହୋଇପାରିନାହିଁ । ମୋଟ ୮ ହଜାର ଟିକଟରୁ ଅଧା ବି ବିକ୍ରି ହୋଇନଥିବା ଜଣାପଡିଛି ।

Advertisment

ଭିଲୱାରା କିଙ୍ଗ୍‌ସ୍‌ ଦଳ : ଇର୍ଫାନ ପଠାନ, ସମିତ ପଟେଲ, ସେନ୍‌ ଵାଟସନ୍‌, ଟିମ୍‌ ବ୍ରେସନାନ୍‌, ୟୁସୁଫ ପଠାନ୍‌, ଫିଡେଲ ଏଡଵାର୍ଡ, ଟିନୋ ବେଷ୍ଟ୍‌, ସୁଦୀପ ତ୍ୟାଗୀ, ଶ୍ରୀଶାନ୍ତ, ନିକ୍‌ କମ୍ପଟନ୍‌, ଓଏସିସ୍‌ ସାହା, ୱିଲିୟମ୍‌ ପୋଟରଫିଲ୍ଡ, ମ୍ୟାଟ୍‌ ପ୍ରାୟର୍‌, ନମନ୍‌ ଓଝା, ମଣ୍ଟି ପାନେସର।

ମଣିପାଲ ଟାଇଗର୍ସ ଦଳ : ଦିମିତ୍ରି ମାସକେରିନ୍‌ହାସ୍‌, ଲାନ୍ସ କ୍ଲୁଜିନର, ଭିଆର୍‌ଭି ସିଂହ, ରିଆନ୍‌ ସାଇଡ୍‌ବଟମ୍‌, ବ୍ରେଟ୍‌ ଲି, ପରବିନ୍ଦର ଆଵାନା, ମହମ୍ମଦ କୈଫ, ରିତେନ୍ଦ୍ର ସୋଢ଼ି, ପି ମଷ୍ଟାର୍ଡ, ରମେଶ କାଲୁବିତରଣା, ହରଭଜନ ସିଂହ, ମୁଥୟା ମୁରଲୀଧରନ ।