କନକ ବ୍ୟୁରୋ: ଆଉମାତ୍ର ୨୨ ଦିନର ଅପେକ୍ଷା । ସାରା ବିଶ୍ୱ ଦେଖିବ କ୍ରିକେଟ ଇତିହାସର ମହାପର୍ବ କ୍ରିକେଟ୍ ବିଶ୍ୱକପ ୨୦୧୯ । ତେବେ ଚଳିତ ଥର ଏହି ବିଶ୍ୱକପ୍ କ୍ରିକେଟ୍ ଆୟୋଜକ ଇଂଲଣ୍ଡ ମାଟିରେ ଖେଳାଯିବ । ତେଣୁ ନିଜ ମାଟିରେ ପ୍ରଥମ ବିଶ୍ୱକପ୍ ଜିତିପାରିବ ବୋଲି କହିଛନ୍ତି ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସୁନିଲ ଗାଭାସ୍କର । ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବାକୁଥିବା ଏହି ପ୍ରତିଯୋଗିତାର ସେମିଫାଇନାଲକୁ ଇଂଲଣ୍ଡ ସହ ଭାରତ, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍ ମଧ୍ୟ ପ୍ରବେଶ କରିବେ ବୋଲି ସେ ପୂର୍ବାନୁମାନ ଲଗାଇଛନ୍ତି ଗାଭାଷ୍କର । ଉଦ୍ଘାଟନୀ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟି ଇଂଲଣ୍ଡ ବିଶ୍ୱକପ ଅଭିଯାନ ଆରମ୍ଭ କରିବ।
ଅନ୍ୟପଟେ ୨୦୧୫ ବିଶ୍ୱକପରେ ଆକସ୍ମିକ ଭାବେ ବିଦାୟ ନେଇଥିବା ଏହି ଦଳ ଏବେ ପୁରା ବଦଳି ଯାଇଛି । ଏବେ ଇଂଲଣ୍ଡ ଦୃଢ଼ ମନୋବଳ ସହ ଖେଳୁଛି ଏବଂ ନିରନ୍ତର ଭାବେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସୁଛି । ‘ମୋ ମତରେ ଇଂଲଣ୍ଡ ଆୟୋଜକ ଥିବାରୁ ଏହାର ଫାଇଦା ନିଶ୍ଚିତ ନେବ । କାରଣ ଶେଷ ଦୁଇଟି ବିଶ୍ୱକପରେ ଆୟୋଜକ ଦଳ ହିଁ ବିଜେତା ହୋଇଥିଲେ । ଯେପରିକି ୨୦୧୫ରେ ଅଷ୍ଟ୍ରେଲିଆ ଏବଂ ଏହାର ୪ ବର୍ଷ ପୂର୍ବରୁ ଭାରତ ଟ୍ରଫି ଜିତିଥିଲା ।
ବିରାଟ କୋହଲିଙ୍କ ଭାରତୀୟ ଦଳ ମଧ୍ୟ ଭଲ ଲଢ଼େଇ କରିପାରିବ ବୋଲି ଏହି ୬୯ ବର୍ଷୀୟ ପୂର୍ବତନ ଭାରତୀୟ ଅଧିନାୟକ ପ୍ରକାଶ କରିଛନ୍ତି। ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ନିଶ୍ଚିତ ଚମତ୍କାର ହେବ ବୋଲି ୧୯୮୩ ବିଶ୍ୱବିଜେତା ଭାରତୀୟ ଦଳର ସଦସ୍ୟ ଥିବା ଗାଭାସ୍କର ମତ ରଖିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/ICC-Cricket-World-Cup-CS-.jpg)