ମୋଦିଙ୍କ କବିତାକୁ ସ୍ୱର ଦେଲେ ଲତା ମଙ୍ଗେସକର ! ଗୀତ ଶୁଣିବା ପରେ ମୋଦି କହିଲେ, ଆପଣଙ୍କ ଠାରୁ ଆସିଥିବା ସ୍ନେହ ଏବଂ ଆଶୀର୍ବାଦ ମୋ ପାଇଁ ପ୍ରେରଣାଦାୟୀ

ସଙ୍ଗୀତ ଜଗତର ସମ୍ରାଜ୍ଞୀ କୁହାଯାଉଥିବା କୋକିଳକଣ୍ଠୀ ଲତା ମଙ୍ଗେସକର ଏବେ ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଗୀତ ଗାଇଥିବା ଜଣାପଡ଼ିଛି ।

468
ସଙ୍ଗୀତ ଜଗତର ସମ୍ରାଜ୍ଞୀ କୁହାଯାଉଥିବା କୋକିଳକଣ୍ଠୀ ଲତା ମଙ୍ଗେସକର ଏବେ ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଗୀତ ଗାଇଥିବା ଜଣାପଡ଼ିଛି । ମୋଦୀଜୀ ଲେଖିଥିବା କବିତାକୁ ନିଜ ସ୍ୱର ଦେଇ ଏହାକୁ ଆହୁରି ସ୍ୱତନ୍ତ୍ର କରିଛନ୍ତି ଲତା ମଙ୍ଗେସକର । ଲତା ମଙ୍ଗେସକର ଗାଉଥିବା ସମୟର ଭିଡିଓ ମଧ୍ୟ ତାଙ୍କ ଟୁଇଟର ହ୍ୟାଣ୍ଡଲରେ ସେୟାର କରାଯାଇଥିବା ଦେଖା ଯାଇଛି ।

ଲତା  ମଙ୍ଗେସକର ଙ୍କ କହିବା ଅନୁଯାୟୀ, କିଛି ଦିନ ତଳେ ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭାଷଣ ଶୁଣୁଥିଲି । ସେ ଏକ କବିତାର କିଛି ଧାଡ଼ି କହିଥିଲେ । ଯାହା ମୋତେ ବାସ୍ତବରେ ସବୁ ଭାରତୀୟଙ୍କ କଥା ବୋଲି ଅନୁଭବ ହୋଇଥିଲା । ସେ କହିଥିବା କବିତାର କିଛି ଧାଡ଼ି ମୋ ମନକୁ ଛୁଇଁଯିବା ପରେ ମୁଁ ତାକୁ ରେକର୍ଡ କରିଥିଲି । ଗୀତଟି ରେକର୍ଡ ହେବାର ପରେ ମୁଁ ଏହି ଗୀତକୁ ଦେଶର ବୀର ଯବାନ ଏବଂ ଦେଶର ଜନତାଙ୍କୁ ଉତ୍ସର୍ଗ କରୁଛି ବୋଲି କହୁଥିବା ଦେଖା ଯାଇଛି । ଲତାଜୀଙ୍କ ଭିଡିଓ ଟୁଇଟ୍ ପରେ ମୋଦୀ ତାଙ୍କ ଟୁଇଟର ଜବାବ ଦେଇ, ଏହି ଗୀତ ଆକାରରେ ଆପଣଙ୍କ ଠାରୁ ଆସିଥିବା ସ୍ନେହ ଏବଂ ଆଶୀର୍ବାଦ ମୋ ପାଇଁ ପ୍ରେରଣାର ସ୍ରୋତ ବୋଲି ଲେଖିଥିଲେ ମୋଦୀ ।