କନକ ବ୍ୟୁରୋ : ବଲିଉଡ ସଙ୍ଗୀତ ଜଗତରେ ପୁଣି ଶୋକର ଛାୟା । କିଛି ଦିନ ପୂର୍ବରୁ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି । ମାତ୍ର ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଶେଷରେ ଆଖି ବୁଜିଛନ୍ତି ।

Advertisment

ବଲିଉଡରେ ‘ଡିସ୍କୋ କିଙ୍ଗ’ ଭାବେ ପରିଚିତ ଥିଲେ ବାପି ଲାହିରି । ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର, ଶରାବି, ଡାଟି ପିକଚର ଭଳି ଅନେକ ସୁପରହିଟ୍ ଫିଲ୍ମରେ ସେ ମ୍ୟୁଜିକ୍ କମ୍ପୋଜ କରିଛନ୍ତି । ମୁଖ୍ୟତଃ ଅଶି ଓ ନବେ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା’ । କେବଳ ହିନ୍ଦୀ ଗୀତ ନୁହେଁ ଏକାଧିକ ଭାଷାରେ ଗୀତ ଗାଇ ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି ବାପି ଲାହିରି ।

ଓଡିଆ ଭାଷାରେ ବି ଗୀତ ଗାଇଛନ୍ତି ବାପି ଦା’ । ଓଡିଆ ଭାଷାରେ ଇଷ୍ଟନ ମିଡିଓ ଇଂଟରଟେନମେଂଟ ପ୍ରଯୋଜନାରେ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସହ ‘ମୋ ଦୁନିଆ ତୁହିଁ ତୁ’ ଗୀତ ଗାଇଛନ୍ତି ବାପି ଦା’ । ଶେଷ ଥର ପାଇଁ ବାଗି-ଥ୍ରି ପାଇଁ ମ୍ୟୁଜିକ୍ କମ୍ପୋଜ୍ କରିଥିଲେ ବାପି ଲାହିରି ।