ଯଦି କେହି ଆପଣଙ୍କ ବିରୋଧରେ ଥାନାରେ କୌଣସି ମିଥ୍ୟା ଅଭିଯୋଗ ତଥା ମିଛ ଏଫଆଇଆର ଦାଖଲ କରିଛନ୍ତି ତେବେ ଆପଣ ତାଙ୍କୁ ଚ୍ୟାଲେଂଜ କରିପାରିବେ । ଏଭଳି ପରିସ୍ଥିତିରେ ଆପଣଙ୍କ ନିକଟରେ ଥିବା ସମସ୍ତ ପ୍ରମାଣପତ୍ର ତଥା ଦସ୍ତାବିଜ ଯଦି ସଠିକ୍ ହୋଇଥିବ ତେବେ ଆପଣଙ୍କୁ କୋର୍ଟ ଜରିଆରେ ଆଶ୍ୱସ୍ତି ମିଳିପାରେ । ଏଠାରେ ଆମେ ଆଲୋଚନା କରୁଛୁ , ଯଦି କୌଣସି ବ୍ୟକ୍ତି ଆପଣଙ୍କ ବିରୋଧରେ କୌଣସି ପ୍ରକାରର ମିଥ୍ୟା ଏଫଆଇଆର କରିଛନ୍ତି ତେବେ ଏଭଳି ପରିସ୍ଥିତିରେ ଅ।ପଣ ରକ୍ଷା ପାଇବେ କିପରି ?
ଏ ସଂପର୍କରେ ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀଙ୍କ କହିବା କଥା ହେଲା, ଭାରତୀୟ ଦଣ୍ଡ ସଂଘିତାର ଧାରା ୪୮୨ ଅନୁସାରେ, ଏଭଳି ପ୍ରକାରର ମାମଲାକୁ ଚ୍ୟାଲେଂଜ କରାଯାଇହେବ । ଯଦି ହାଇକୋର୍ଟକୁ ଅଭିଯୋଗକାରୀଙ୍କ ନିକଟରେ ଥିବା ସମସ୍ତ ଦସ୍ତାବିଜ ସଠିକ୍ ଲାଗେ ତେବେ ଅଭିଯୋଗକାରୀଙ୍କୁ ଅଦାଲତ ଆଶ୍ୱସ୍ତି ପ୍ରଦାନ କରିପାରନ୍ତି ।
୪୮୨ ଧାରା କ'ଣ :
ଯଦି କେହି ଆପଣଙ୍କ ବିରୋଧରେ କୌଣସି ମିଛ ଅଭିଯୋଗ ଆଣିଥାନ୍ତି ତେବେ ଆପଣ ଏହି ଧାରାର ଆଶ୍ରୟ ନେଇପାରିବେ । ଏହି ଧାରା ଅନୁସାରେ ଆପଣ ଜଣେ ଭଲ ଆଇନଜୀବୀଙ୍କ ଜରିଆରେ ହାଇକୋର୍ଟରେ ଏଥିପାଇଁ ଏକ ନିବେଦନ ପତ୍ର ଦାଖଲ କରିପାରିବେ । ଏହି ପତ୍ର ସହିତ ଆପଣ ନିଦୋଷ ବୋଲି ଥିବା ସମସ୍ତ ପ୍ରମାଣପତ୍ର ଦେଇପାରିବେ । ଯେଭଳି ଆପଣ ଭିଡିଓ ରେକଡିଂ , ଅଡିଓ ରେକଡିଂ , ଫଟୋ, କୌଣସି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏହି ନିବେଦନପତ୍ର ସହିତ ଆଟାଚ୍ କରି କୋର୍ଟରେ ଦାଖଲ କରିବାକୁ ପଡିବ । ଏହାଦ୍ୱାରା ଆପଣ ଆପଣଙ୍କ ନିଦୋଷ ଥିବା ନେଇ ଦାବିକୁ ଆହୁରୀ ମଜଭୁତ କରିପାରିବେ ।
ପୁଲିସକୁ ତୁରନ୍ତ ରୋକିବାକୁ ହେବ କାର୍ୟ୍ୟାନୁଷ୍ଠାନ :
ଯଦି ଚୋରି, ହତ୍ୟା, ମାରପିଟ, ଦୁଷ୍କର୍ମ କିମ୍ବା ଅନ୍ୟ କୌଣସି ମାମଲାରେ ଆପଣଙ୍କୁ ଷଢଯନ୍ତ୍ର କରି ଫସାଇ ଦିଆଯାଇଛି ତେବେ ଆପଣ ଏଥିପାଇଁ ହାଇକୋର୍ଟରେ ଅପିଲ୍ କରିପାରିବେ ।ଏବଂ ହାଇକୋର୍ଟରେ ମାମଲା ଚାଲୁଥିବା ସମୟରେ ପୁଲିସ ଆପଣଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ । ଖାଲି ଏତିକି ନୁହେଁ, ଯଦି ଆପଣଙ୍କ ବିରୋଧରେ ୱାରେଟ ବି ଜାରି କରିଦିଆଯାଇଥାଏ, ତେବେ ବି ମାମଲା ଚାଲୁଥିବା ସମୟରେ ଆପଣଙ୍କୁ ପୁଲିସ ଗିରଫ କରିପାରିବ ନାହିଁ । କୋର୍ଟ ଯାଂଚ ଅଧିକାରୀଙ୍କୁ ଏହାର ଯାଂଚ ପାଇଁ ନିଶ୍ଚୟ ନିର୍ଦ୍ଦେଶ ଦେଇପାରନ୍ତି ।
ପ୍ରସ୍ତୁତ କରିବାକୁ ହେବ ଏହି ଫାଇଲ :
ଯଦି ଆପଣ ୪୮୨ ଧାରା ଅନୁସାରେ ହାଇକୋର୍ଟରେ ଯାଚିକା ଦାଖଲ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ଏକ ଫାଇଲ ପ୍ରସ୍ତୁତ କରିବାକୁ ପଡିବ । ଏହି ଫାଇଲରେ ଏଫଆଇଆରର ଏକ କପି ସହିତ ହିଁ ଏଭିଡେନ୍ସ ବାବଦକୁ ଯାହାବି ଦସ୍ତାବିଜ ରହିଛି ତାକୁ ମଧ୍ୟ ଏଥିରେ ଆଟାଚ କରିବାକୁ ପଡିବ । ଆପଣ ଓକିଲଙ୍କ ଜରିଆରେ ଏହିସବୁ ଏଭିଡେନ୍ସ ପ୍ରସ୍ତୁତ କରିପାରିବେ । ଆପଣଙ୍କର ସପକ୍ଷରେ ଯଦି କୌଣସି ସାକ୍ଷୀ ରହିଥିବ ତେବେ ତାଙ୍କ ବିଷୟରେ ମଧ୍ୟ ଏଠାରେ ଆଲୋଚନା କରିବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/Capture-23.jpg)
/kanak/media/post_attachments/wp-content/uploads/2018/09/Picture-fir-1-300x235.jpg)