ଛାଡ଼ିଲେ ବିଜେଡି ଦଳ: ହରାଇଲେ ବିଧାୟକ ପଦ

184

କନକ ବ୍ୟୁରୋ: ଛାଡ଼ିଲେ ଦଳ, ପଦ ହରାଇଲେ । ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି । ଦଳ ବଦଳ ଆଇନ୍ ଅନୁଯାୟୀ ଉଭୟଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି ବାଚସ୍ପତି । ସେପଟ ଏହି ପ୍ରସଙ୍ଗରେ ଅରବିନ୍ଦ ଢାଲି କହିଛନ୍ତି, ପକ୍ଷ ରଖିବାକୁ ମିଳିଲାନି ସୁଯୋଗ । ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଆଇନ ଅନୁସାରେ ନିଷ୍ପତି ନେଇଛନ୍ତି ବାଚସ୍ପତି ।

ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ ହୋଇଯାଇଛି । ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ଏହି ଦୁଇ ନେତା । ଦଳ ବଦଳ ଆଇନ୍ ଅନୁଯାୟୀ ଉଭୟଙ୍କ ବିଧାୟକ ପଦ ରଦ୍ଦ ହୋଇଛି । ଦଳ ବଦଳ କରିବା ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ୧୮ ମାର୍ଚ୍ଚରେ ବାଚସ୍ପତିଙ୍କୁ ଅବଗତ କରିଥିଲେ । ବିଧାନସଭାରେ ହାଜର ହୋଇ ଉତର ରଖିବାକୁ କୁହାଯାଇଥିଲା । କିନ୍ତୁ ସେମାନେ ହାଜର ହୋଇ ନଥିଲେ । ଏହା ପରେ ଦୁଇ ନେତାଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି ବାଚସ୍ପତି ।

ବିଜେଡି ଟିକେଟରେ ଜୟଦେବ ବିଧାନସଭାରୁ ନିର୍ବାଚିତ ହୋଇଥିଲେ ଅରବିନ୍ଦ ଢାଲି । ନିକଟରେ ବିଜେଡି ଛାଡ଼ି ସେ ବିଜେପିରେ ଯୋଗ ଦେଇଛନ୍ତି । ଜୟଦେବ ଆସନରୁ ତାଙ୍କୁ ପ୍ରାର୍ଥୀ କରିଛି ବିଜେପି ସେହିପରି ବିଜେଡି ଟିକେଟରେ ତେଲକୋଇରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ ପ୍ରେମାନନ୍ଦ ନାୟକ । ମନ୍ତ୍ରିମଣ୍ଡଳରେ ବି ସେ ସାମିଲ ହୋଇଥିଲେ । ତେବେ ଦଳରେ ଅଣଦେଖା ହେଉଥିବା ଅଭିଯୋଗ କରି ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରେମାନନ୍ଦ । ପରେ ବିଜେପିରେ ସେ ଯୋଗ ଦେଇଛନ୍ତି । ତାଙ୍କୁ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ସଭ୍ୟ ପଦ ରଦ୍ଦ ହେବା ପରେ ଅରବିନ୍ଦ କହିଛନ୍ତି, ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନାହିଁ । ଏପଟେ ପ୍ରଶାନ୍ତ ମୁଦୁଲି କହିଛନ୍ତି, ସମ୍ବିଧାନ ଅନୁସାରେ ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ବି ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇନି । ନିୟମ ଅନୁସାରେ ଦଳବଦଳ ଆଇନ ଲାଗୁ ହୋଇପାରିବ ।

ବିଧାୟକ ପଦ ହରାଇବେ କି ସୁକାନ୍ତ ନାୟକ ଓ ଅଧିରାଜ ପାଣିଗ୍ରାହୀ?
କିପରି କାର୍ଯ୍ୟକାରୀ ହୁଏ ଦଳ ବଦଳ ଆଇନ?
ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଖରିଆର ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ଏହି ଦୁଇ ନେତାଙ୍କ ବିଧାୟକ ପଦ ରଦ୍ଦ ହୋଇନାହିଁ । ରାଜନୈତିକ ସମୀକ୍ଷକଙ୍କ ମତରେ ଏ ନେଇ ପିଟିସନ ଦିଆଯିବା ପରେ ବାଚସ୍ପତି ନିଷ୍ପତ୍ତି ନେବେ ।
ଦଳ ବଦଳ ଆଇନ କ’ଣ?
ଘୋଡ଼ା ବେପାର ରୋକିବା ପାଇଁ ଏହି ଆଇନ ରହିଛି
ନିର୍ବାଚିତ ସଦସ୍ୟ ଦଳର ନିର୍ଦ୍ଦେଶ ନମାନି ଭୋଟ ଦେଲେ କିମ୍ବା
ଦଳ ଛାଡ଼ି ଅନ୍ୟଦଳରେ ମିଶିଲେ ଏହି ଆଇନ ଲାଗୁ ହୁଏ
ଯଦି ଦୁଇ-ତୃତୀୟାଂଶ ନିର୍ବାଚିତ ସଦସ୍ୟ ଦଳ ଛାଡ଼ି ଅନ୍ୟ ଦଳରେ ମିଶନ୍ତି, ତେବେ ଏହା ଲାଗୁ ହୋଇନଥାଏ