କନକ ବ୍ୟୁରୋ: ରାଜସ୍ଥାନକୁ ଆସୁଛନ୍ତି ଅତିଥି । କାଲି ରାଜନେତା ରାଘବ ଚଡ୍ଡା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବାହାଘର । ଉଦୟପୁର ଲୀଲା ପ୍ୟାଲେସରେ ଏନେଇ ସବୁ ପ୍ରସ୍ତୁତି ସରିଛି । ଆଜି ମେହେନ୍ଦୀ, ସଂଗୀତ ଚାଲିଥିବାବେଳେ କାଲି ପଂଜାବୀ ରୀତିନୀତିରେ ହେବ ବାହାଘର । ହାତଗଣତି କିଛି ଅତିଥି ଓ ସର୍ମ୍ପକୀୟଙ୍କ ଗହଣରେ ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଓ ପରିଣୀତି । ପରେ ଦିଲ୍ଲୀରେ ଏକ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନ କରାଯାଇଛି ।

Advertisment