ଦିନକୁ ଦିନ କର୍କଟର ସମସ୍ୟା ଦୁନିଆରେ ବଢ଼ିବାରେ ଲାଗିଛି। ଲକ୍ଷାଧିକ ଲୋକଙ୍କର କର୍କଟ ଯୋଗୁଁ ଜୀବନ ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହାର ଅନେକ କାରଣ ରହିଛି। ଯେପରିକି, ଅବହେଳିତ ଖାଦ୍ୟପେୟ, ଧୂମପାନ ଓ ମଦ୍ୟପାନ ଇତ୍ୟାଦି । ତେବେ ଆପଣ ଜାଣିଛନ୍ତି କି ସାଧାରଣତଃ ସମସ୍ତ ସ୍ଥାନରେ ବ୍ୟବହାର ହେଉଥିବା ଏଲଇଡ଼ି ଲାଇଟ ହୋଇପାରେ କର୍କଟର କାରଣ । ନିକଟରେ ବ୍ରିଟେନ ୟୁନିଭରସିଟି ଏବଂ ବାର୍ସିଲୋନା ଇନଷ୍ଟିଟ୍ୟୁଟ୍ ଫର ଗ୍ଲୋବାଲ ହେଲଥର ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଏଲଇଡି ଲାଇଟ ଦ୍ୱାରା ସ୍ତନ ଏବଂ ମୂତ୍ରାଶୟଗ୍ରନ୍ଥି କର୍କଟ ହେବାର ଆଶଙ୍କା ବଢ଼ିଥାଏ।
ଗବେଷଣା ଅନୁଯାୟୀ , ବ୍ୟବହୃତ ଏଲଇଡ଼ି ଲାଇଟରୁ ସବୁଜ ରଙ୍ଗର ଏକ ରଶ୍ମି ବାହାରିଥାଏ, ଯାହା ଶରୀରରେ ନିଦର ପରିମାଣକୁ ତ୍ୱରାନିତ କରିଥାଏ। ଫଳରେ ଶରୀରରେ ହରମୋନ ସ୍ତରରେ ଖରାପ ପ୍ରଭାବ ପଡ଼ିଥାଏ । ଯାହା ଦ୍ୱାରା କର୍କଟର ଆଶଙ୍କା ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ରାତିରେ କାର୍ୟ୍ୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ । ଏହାର ମୁଖ୍ୟ କାରଣ ହେଉଛି ରାତିରେ ବ୍ୟବହୃତ ହେଉଥିବା ଏଲଇଡ଼ି ଲାଇଟ । ୨୦ ରୁ ୮୫ ବର୍ଷ ବୟସ ବିଶିଷ୍ଟ ୪୦୦୦ ଲୋକଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା ଯେଉଁଥିରେ ଏଲଇଡ଼ି ଲାଇଟ ଦ୍ୱାରା ବଢ଼ୁଥିବା କର୍କଟ ସମସ୍ୟା ପ୍ରମାଣିତ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/lampadas_led-660x330.jpg)