କନକ ବ୍ୟୁରୋ: ହମାସ ସଂଗଠନର ଗୁଣଗାନ କରି ବିବାଦରେ ଅଧ୍ୟାପକ ଓ ଅତିଥି ବକ୍ତା । ସେମିନାରକୁ ଆସି ଆତଙ୍କବାଦୀଙ୍କ ଗୁଣଗାନ କରିବା ଘଟଣାରେ ପୋଲିସର ଦ୍ୱାରସ୍ଥ ହେଲେ ଛାତ୍ର ସଂଗଠନ । ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବମ୍ବେ ଆଇଆଇଟିରେ ଏଭଳି ବିବାଦୀୟ ଘଟଣା ଦେଖିବାକୁ ମିଳିଛି । ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ ସାଇନ୍ସ ବିଭାଗ ଦ୍ୱାରା ମଧ୍ୟପ୍ରାଚ୍ୟରେ ଜାରି ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଏକ ସେମିନାର ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପକଙ୍କ ସହ ଅନ୍ୟ ଜଣେ ଅତିଥି ବକ୍ତା ଯୋଗଦେଇ ହମାସ ଲିଡର ଜୁକାରିଆ ଜୁବେଦଙ୍କ ଗୁଣଗାନ କରିବା ସହ ହମାସକୁ ଯଥାର୍ଥ ବୋଲି ମତ ଦେଇଥିଲେ । ହମାସ ସଂଗଠନର ଯୁଦ୍ଧକୁ ଭାରତୀୟ ସ୍ୱାଧୀନତା ସହ ତୁଳନା କରିବାକୁ ମଧ୍ୟ ପଛାଇନଥିଲେ ଏମାନେ । ଏଭଳି ବିବାଦୀୟ ବୟାନ ପରେ ଉପସ୍ଥିତ ଛାତ୍ର ମାନଙ୍କ ପକ୍ଷରୁ ଦୁଇ ଜଣଙ୍କୁ ବିରୋଧ କରାଯାଇଥିଲା । ଛାତ୍ର ସଂଗଠନ ପକ୍ଷରୁ ଏନେଇ ଥାନାରେ ମାମଲା ଦାୟର କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।