କଲେଜ ଛାତରୁ ପଡି ଅଧ୍ୟାପିକାଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । 

5,479

କନକ ବ୍ୟୁରୋ: ଘରୋଇ କଲେଜ୍ ଛାତରୁ ପଡ଼ି  କନିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁ । ହତ୍ୟା ସନ୍ଦେହ କଲେ ପରିବାର ଲୋକେ । ଭୁବନେଶ୍ୱରର ଏକ ଘରୋଇ କଲେଜରେ ଘଟିଛି ଏଭଳି ଘଟଣା । ତମାଣ୍ଡୋ ଥାନା ଅଧୀନ ଏକ ଘରୋଇ ଇଞ୍ଜିନିୟରିଂ ୟୁନଭରସିଟିରେ କମ୍ପୁଟରର  ସାଇନ୍ସ ବିଭାଗର ଅଧ୍ୟାପିକା ବର୍ଷା ମିଶ୍ର କଲେଜ୍ ସମୟରେ ଗତ ୧୧ ତାରିଖ ଦିନ ସାଢେ଼ ୩ ଟା ବେଳେ କଲେଜ୍ ଛାତରୁ ଖସି ପଡ଼ି ଗୁରୁତର ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି ।

ତେବେ ପରିବାର ଲୋକଙ୍କ ଅଭିଯୋଗ କଲେଜ୍ ସମୟରେ ବର୍ଷା କଲେଜ୍ ଛାତରୁ ପଡିଲେ କେମିତି ? ଏହା ପୂର୍ବରୁ କଲେଜରେ ତାଙ୍କୁ ତାଙ୍କ HOD ଦେଉଥାଇପାରନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଅଧ୍ୟାପିକାଙ୍କ ପରିବାର । ଏ ନେଇ ତମଣ୍ଡୋ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିଛି । ତେବେ ଏ ସମ୍ପର୍କରେ ସମ୍ପୃକ୍ତ କଲେଜ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।