କନକ ବ୍ୟୁରୋ : ପାଲେଷ୍ଟାଇନ ଆତଙ୍କବାଦୀ ସଙ୍ଗଠନ ହମାସ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଏହାର କଡା ଜବାବ ଦେଇଛି ଇସ୍ରାଏଲ ସେନା । ହମାସ ଆତଙ୍କବାଦୀ ସଙ୍ଗଠନର ଆଡ୍ଡା ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ଏବେ ପର୍ଯ୍ୟନ୍ତ ଉଭୟ ପକ୍ଷର ମୃତକଙ୍କ ସଂଖ୍ୟା ୧୬୦୦ ଟପିଲାଣି । କିନ୍ତୁ ଏହା ଭିତରେ ଇସ୍ରାଏଲର ଆଉ ଏକ ଶତ୍ରୁ ମଧ୍ୟ ଯୁଦ୍ଧ ଆରମ୍ଭ କରିଛି । ସୀମାକୁ ଲାଗି ରହିଥିବା ଜଙ୍ଗଲ ବାଟ ଦେଇ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିଛି ଲେବାନନର ଆତଙ୍କୀ ସଙ୍ଗଠନ ହିଜବୁଲ୍ଲା । ଏହି ଆତଙ୍କୀ ସଙ୍ଗଠନ ଇସ୍ରାଏଲକୁ ନିଜର ପରମ ଶତ୍ରୁ ଭାବିଥାଏ ।

Advertisment

ହିଜବୁଲ୍ଲା ଆତଙ୍କୀ ସଙ୍ଗଠନର ଏଭଳି ଆକ୍ରମଣ ପରେ ଏବେ ଇସ୍ରାଏଲକୁ ଦୁଇଟି ମୋର୍ଚ୍ଚା ବିରୋଧରେ ଯୁଦ୍ଧ ଲଢିବାକୁ ପଡିପାରେ । ହିଜିବୁଲ୍ଲା ଆତଙ୍କୀ ସଙ୍ଗଠନକୁ ଜବାବ ଦେବାକୁ ଇସ୍ରାଏଲ ଆଇଡିଏଫକୁ ଦାୟିତ୍ୱ ଦେଇଛି । ଏହି ହିଜବୁଲ୍ଲା ଆତଙ୍କୀ ସଙ୍ଗଠନ ଇସ୍ରାଏଲର ଏକ ସୈନ୍ୟ ଶିବିର ଉପରେ ଆକ୍ରମଣ କରିଛି । ହିଜବୁଲ୍ଲା ଏକ ସିଆ ଆତଙ୍କୀ ସଙ୍ଗଠନ । ୧୯୭୫ରୁ ୧୯୯୦ ମଧ୍ୟରେ ଲେବାନନରେ ଚାଲିଥିବା ଗୃହଯୁଦ୍ଧ ସମୟରେ ଏହି ଆତଙ୍କବାଦୀ ସଙ୍ଗଠନ ଅସ୍ତିତ୍ୱରେ ଆସିଥିଲା । ଏହି ଆତଙ୍କୀ ସଙ୍ଗଠନକୁ ଇରାନ ନିଜର ସମର୍ଥନ ଜଣାଇବା ସହ ଆର୍ଥିକ ସହଯୋଗ ଦେଇଥାଏ କାରଣ ଇରାନରେ ମଧ୍ୟ ସିଆ ମୁସଲିମ ବାସ କରନ୍ତି ।

ନିଜ ସଙ୍ଗଠନରେ ଏକ ଲକ୍ଷ ଯୁବକ ନିଜ ସଙ୍ଗଠନରେ କହି ଆସୁଛି ହିଜବୁଲ୍ଲା । ଏହି ସଙ୍ଗଠନ ସିରିଆରେ ସୁନ୍ନି ମୁସଲିମଙ୍କ ସହ ଲଢୁଥିବା ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ସହଯୋଗ କରିଥିଲେ । ପୂର୍ବରୁ ଏହି ସଙ୍ଗଠନ ୨୦୦୬ରେ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରି ୩୫ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଲଢିଥିଲା । ଏହି ସମୟରେ ଇସ୍ରାଏଲର ୧୫୮ ଜଣଙ୍କୁ ହିଜବୁଲ୍ଲା ଆତଙ୍କବାଦୀ ସଙ୍ଗଠନ ହତ୍ୟା କରିଥିବା ବେଳେ ଶତାଧିକ ରକେଡ ମାଡ କରିଥିଲା ।