କନକ ବ୍ୟୁରୋ: ଇରାନରେ ହମାସ୍ ନେତା ଇସମାଇଲ ହାନିଆଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ିଯାଇଛି । ରବିବାର ଲେବାନନ ପକ୍ଷରୁ ଇସ୍ରାଏଲ ଉପରେ ମିଜାଇଲ ମାଡ଼ କରାଯାଇଛି । ଏହି ସମୟରେ ଯୁଦ୍ଧ ସମୟରେ ବାଜୁଥିବା ସାଇରନ ଶୁଣିବାକୁ ମିଳିଛି । ଲେବାନନର ଆକ୍ରମଣ ପରେ ଇସ୍ରାଏଲ ପୁରା ଦେଶରେ ରେଡ ଅଲର୍ଟ ଜାରି କରିଛି । ତେବେ ଇସ୍ରାଏଲର ଦାବି ଲେବାନନର କ୍ଷେପଣାସ୍ତ୍ରକୁ ଆଇରନ ଡୋମ ସହାୟତାରେ ମଝି ଆକାଶରେ ନଷ୍ଟ କରି ଦେଇଛି । ସେପଟେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ବଢୁଥିବାରୁ ସତର୍କମୂଳକ ପଦକ୍ଷେପ ନେଇଛନ୍ତି ଆମେରିକା ଓ ବ୍ରିଟେନ । ନିଜ ନିଜ ନାଗରିକଙ୍କୁ ଲେବାନନ ଛାଡ଼ିବାକୁ ବ୍ରିଟେନ ଓ ଆମେରିକା ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଭାରତ ମଧ୍ୟ ଲେବାନନରେ ରହୁଥିବା ଭାରତୀୟ ନାଗରିକଙ୍କୁ ଲେବାନନ ଛାଡିବାକୁ ପରାମର୍ଶ ଦେଇ ସାରିଛନ୍ତି । ଏବେ ମଧ୍ୟପ୍ରାଚ୍ୟରେ ତୀବ୍ର ଉତ୍ତେଜନା ଥିବା ବେଳେ ଯେକୌଣସି ମୂହୂର୍ତରେ ଯୁଦ୍ଧ ଆରମ୍ଭ ହେବା ସମ୍ଭାବନା ରହିଛି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  /kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/05/31/2025-05-31t055911608z-1001121283.png ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2024/08/28-2.jpg)